ରିପୋର୍ଟ କାର୍ଡ / ଛତିଶଗଡ଼ର
ଛତିଶଗଡ଼ର କଂଗ୍ରେସ ବିଧାୟକ ବିକ୍ରମ ମାଣ୍ଡାଭିଙ୍କ କନଭୟ ଉପରେ ମାଓବାଦୀମାନେ ଗୁଳିମାଡ଼ କରିଛନ୍ତି। ବିଜାପୁର ଜିଲ୍ଲା ପାଡେଡା ଗାଁ ଅତିକ୍ରମ କରୁଥିବା ବେଳେ ବିଧାୟକଙ୍କୁ ଟାର୍ଗେଟ କରି ଏପରି ହମଲା ହୋଇଛି। ବିଧାୟକ ବିକ୍ରମ ଗୋଟିଏ ସାଧାରଣ ସଭା ସାରି ଫେରୁଥିବା ବେଳେ ଆକ୍ରମଣ ହୋଇଥିଲା । ତେବେ ସୌଭାଗ୍ୟବଶତଃ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେହିପରି ଏହି ହମଲାରେ କେହି ବି ମୃତାହତ ହୋଇ ନାହାନ୍ତି । ବିଧାୟକଙ୍କ ଗାଡ଼ି ବ୍ୟତୀତ ତାଙ୍କ କନଭୟରେ ସାମିଲ ଥିବା ଜିଲ୍ଲା ପଞ୍ଚାୟତ ସଦସ୍ୟ ପରଭାତି କଶ୍ୟପଙ୍କ ଗାଡ଼ି ଉପରକୁ ମଧ୍ୟ ମାଓବାଦୀମାନେ ଗୁଳି ମାଡ଼ କରିଛନ୍ତି। ମାଓବାଦୀଙ୍କ ଘନଘନ ଗୁଳିମାଡ଼ ସତ୍ତ୍ୱେ କନଭୟରେ ସାମିଲ ଥିବା ସମସ୍ତ ସଦସ୍ୟ ସୁରକ୍ଷିତ ରହିଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବିପୁଳ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ଓ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ବିଧାୟକ ଓ ଅନ୍ୟ ଲୋକମାନଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଠିକଣାରେ ଛଡ଼ା ଯାଇଥିବା ପୁଲିସ କହିଛି । ୨୦୨୨ ନଭେମ୍ବର ମାସରେ ସୁରକ୍ଷାକର୍ମୀ ଓ ମାଓବାଦୀ ଏହି ବିଜାପୁର ଜିଲ୍ଲାରେ ମୁହାଁମୁହିଁ ହୋଇଥିଲେ। ଦିନ ତମାମ ଚାଲିଥିବା ଗୁଳି ବିନିମୟରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..