Report Card Odisha

| Daily Odia News

ରୁଷିଆକୁ ସହାୟତାକରିବା ମହଙ୍ଗା ପଡ଼ିବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆକୁ ସାମରିକ ସହାୟତା ପ୍ରଦାନ କରୁଥିବା ରାଷ୍ଟ୍ରଗୁଡ଼ିକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଜି୭ ରାଷ୍ଟ୍ର ସମୂହ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ଜାପାନର କାରୁଇଜଓ୍ବା ସହରରେ ସମ୍ମିଳନୀ ଶେଷରେ ଜି୭ ରାଷ୍ଟ୍ରଗୁଡ଼ିକର ବହିର୍ବ୍ୟାପାର ମନ୍ତ୍ରୀମାନେ ଏକାଠି ହୋଇଥିଲେ। ଏହି ଅବସରରେ କୂଟନୀତିଜ୍ଞମାନେ ଏକ ମିଳିତ ବିବୃତି ଜାରି କରି କହିଛନ୍ତି, ମସ୍କୋ ବିରୋଧରେ ବର୍ତ୍ତମାନ କୌଣସି ନୂଆ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। କିନ୍ତୁ ତୃତୀୟ ପକ୍ଷ ରୁଷିଆକୁ ସହାୟତା ଦେଲେ କଡ଼ା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବ। ବେଲାରୁଷ ଆଣବିକ ଅସ୍ତ୍ର ମୁତୟନ ପାଇଁ ରୁଷିଆକୁ ସୁଯୋଗ ଦେବା ଗ୍ରହଣୀୟ ନୁହେଁ ବୋଲି ଏଥିରେ କୁହାଯାଇଛି। ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଜି୭ ସମ୍ମିଳନୀ ଶେଷରେ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଗତ ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଚାଇନା ପ୍ରତିପକ୍ଷଙ୍କ ସହ ସାକ୍ଷାତ କରି ଶୀତଳଯୁଦ୍ଧ ଏଡ଼ାଇବା ପାଇଁ ଆଗ୍ରହ ପ୍ରକାଶ କରିବା ପରେ ବେଜିଂ ସହ ସମ୍ପର୍କ ବଢ଼ାଇବା ପାଇଁ ଓ୍ବାଶିଂଟନ୍‌ ପ୍ରସ୍ତୁତ। କିନ୍ତୁ ଚାଇନା ବିଶ୍ୱ ସମୁଦାୟ ଆଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ ବୋଲି ସେ କହିଛନ୍ତି।

 

Breaking News