ରିପୋର୍ଟ କାର୍ଡ / କଟକ
ଜାତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ’ ୧୩ ରେ ଅନୁଷ୍ଠିତ ହେବ। ଉଚ୍ଚ ନ୍ୟାୟାଳୟ ସମେତ ରାଜ୍ୟର ବିଭିନ୍ନ ଅଦାଲତରେ ପ୍ରତ୍ୟକ୍ଷ ଓ ଆବଶ୍ୟକ ସ୍ଥଳେ ଆଭାସି ଜରିଆରେ ଲୋକ ଅଦାଲତରେ ମାମଲା ଗୁଡ଼ିକର ଅପୋଷ ସମାଧାନ କରାଯିବ ବୋଲି ଆଇନ ସେବା ପ୍ରାଧିକରଣ ତରଫରୁ ସୂଚନା ଦିଆଯାଇଛି। ଉଚ୍ଚ ନ୍ୟାୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଲୋକ ଅଦାଲତର ମାମଲା ତାଲିକାଭୁକ୍ତ କରିବା ପାଇଁ ମର୍କତନଗରସ୍ଥିତ ରାଜ୍ୟ ଆଇନସେବା କାର୍ଯ୍ୟାଳୟରେ ଏପ୍ରିଲ ୨୫ସୁଦ୍ଧା ପ୍ରତ୍ୟେହ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଆବେଦନ କରିବାକୁ ଆଇନ୍ଜୀବୀମାନଙ୍କୁ ଉଚ୍ଚ ନ୍ୟାୟାଳୟ ପକ୍ଷରୁ କୁହାଯାଇଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..