Report Card Odisha

| Daily Odia News

ଅତିକ୍ ହତ୍ୟା ମାମଲାରେ ୫ ପୋଲିସ୍ ନିଲମ୍ବିତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମାଫିଆ ଅତିକ୍ ଅହମ୍ମଦ ଏବଂ ଭାଇ ଅଶରଫଙ୍କ ହତ୍ୟା ମାମଲାରେ ପୋଲିସ କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। କର୍ତ୍ତବ୍ୟ ଅବହେଳା ପାଇଁ ଅତିକର ସୁରକ୍ଷା ସହ ଜଡିତ ୫ ଜଣ ପୋଲିସଙ୍କୁ ନିଲମ୍ବିତ କରାଯାଇଛି। ଏଥିରେ ଶାହଗଞ୍ଜ ଏସଓ ଇନ୍ସପେକ୍ଟର ଅଶ୍ୱନୀ କୁମାର ସିଂଙ୍କ ସମେତ ଦୁଇ ଇନ୍ସପେକ୍ଟର ଏବଂ ଦୁଇ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି। ମଙ୍ଗଳବାର ଏସଓ ସମେତ ସମସ୍ତ ପୋଲିସ କର୍ମୀଙ୍କୁ ଏସଆଇଟି ଜେରା କରିଥିଲା। ଯାହା ପରେ ଏସଆଇଟି ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏପ୍ରିଲ ୧୫ ତାରିଖରେ ୩ ଆକ୍ରମଣକାରୀ ଶାହଗଞ୍ଜ ପୋଲିସ ଷ୍ଟେସନ ପାଖରେ ଥିବା ଅତିକ୍ ଏବଂ ଅଶ୍ରଫଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ।

Breaking News