ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଶନିବାର ସମର୍ଥକଙ୍କ ସହ ନୂଆଦିଲ୍ଲୀର ଏକ ଥାନାରେ ଧାରଣାରେ ବସିବା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। କୌଣସି ଅନୁମତି ନ ଆଣି ଅଚାନକ ଚାଷୀ ସମାବେଶ କରିବା ଘଟଣା ନେଇ ପୁଲିସ ସହ ବଚସା ହେବାପରେ ମଲିକ ତାଙ୍କ ସମର୍ଥକମାନଙ୍କ ସହ ଧାରଣାରେ ବସିଥିଲେ। ମଲିକ ଆଜି ଆର୍କେ ପୁରମ ଅଞ୍ଚଳରେ ତାଙ୍କ ବାସଭବନ ନିକଟସ୍ଥ ଏକ ପାର୍କରେ ଚାଷୀମାନଙ୍କ ସହ ଏକ ବୈଠକ ରଖିଥିଲେ। ଉତ୍ତରପ୍ରଦେଶ ଏବଂ ହରିୟାଣାର ବିଭିନ୍ନ କୃଷକ ସଂଗଠନର ନେତାମାନେ ଏଥିପାଇଁ ଦିଲ୍ଲୀ ଆସିଥିଲେ। ଚାଷୀମାନଙ୍କ ପାଇଁ ପାର୍କରେ ଖାଦ୍ୟ ବ୍ୟବସ୍ଥା ବି କରାଯାଇଥିଲା। କିନ୍ତୁ ଏଭଳି ସମାବେଶ ପାଇଁ ପୁଲିସ ଅନୁମତି ଅଣାଯାଇନଥିବାରୁ ପୁଲିସ ଏ ସଂପର୍କରେ ତାଙ୍କଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲା। ଏଥିରେ କ୍ଷୁବ୍ଧ ହୋଇ ସତ୍ୟପାଲ ମଲିକ ଆରକେ ପୁରମ ଥାନାରେ ପହଞ୍ଚିଥିଲେ। ମଲିକଙ୍କ ସୋସିଆଲ ମିଡିଆ ଟିମ୍ ଦ୍ବାରା ଏ ବାବଦ ଭିଡିଓ ପୋଷ୍ଟ୍ କରାଯାଇଛି। ଏଥିରେ ଦେଖିବାକୁ ମିଳିଛି ଯେ ନେତାମାନେ ଏକ ବସ୍ରେ ସତ୍ୟପାଲଙ୍କ ସମର୍ଥନରେ ସ୍ଲୋଗାନ ଦେଉଛନ୍ତି।






More Stories
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..
ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି ଜଗ୍ ଲଡକି…..