ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ସଂକ୍ରମଣ ଫେରୁଥିବାରୁ ପୁଣି ଫେରିଲା ମାସ୍କ। ସ୍ବାସ୍ଥ୍ୟ ସେବା ସହ ସମ୍ପୃକ୍ତ ସମସ୍ତେ ପିନ୍ଧିବେ ମାସ୍କ ପିନ୍ଧିବେ ବୋଲି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସ୍ବାସ୍ଥ୍ୟ ଅନୁଷ୍ଠାନକୁ ଆଜି ଚିଠି ଲେଖାଯାଇଛି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲେଖାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ ସମସ୍ତ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଚିକିତ୍ସାଳୟରେ ଡ୍ୟୁଟିବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ନିବୁଜ ଘରେ ଏକାଧିକ ଲୋକ ଏକାଠି ହେଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। କ୍ଲିନକ ଓ ଲାବରେଟୋରିରେ କର୍ମଚାରୀ ମାସ୍କ ପିନ୍ଧିବେ। ତେବେ ଯେ କୌଣସି ବ୍ୟକ୍ତି ଥଣ୍ଡାକାଶରେ ପୀଡ଼ିତ ହେଲେ ସେମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି।






More Stories
ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା…..
TET କ୍ଲିୟର କରିବାକୁ ନିର୍ଦ୍ଦେଶ…..
ଗ୍ୟାସ୍ ଟ୍ରାଜେଡି:ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି,୧୦ ଲକ୍ଷ ସହାୟତା ରାଶି ଘୋଷଣା…..