Report Card Odisha

| Daily Odia News

ବିଭିନ୍ନ ସୂତ୍ରରୁ ଧନାଗମର ହେବ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ରୋଜଗାରକ୍ଷମ ହେଲେ ବି ତାହା ପରିବାର ପ୍ରତିପୋଷଣ ପାଇଁ ଯଥେଷ୍ଟ ନୁହେଁ; କିନ୍ତୁ ପର ଧନରେ ଧନୀ ହେବାର ସମ୍ଭାବନା ରହିଛି। ପ୍ରଗତିଶୀଳ ପଦକ୍ଷେପକୁ ଲୋକ ଲୋଚନକୁ ଆଣିପାରନ୍ତି।
ବୃଷ: ଧର୍ମଧ୍ବଜାଧାରୀ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇପାରନ୍ତି। ନୀତି ଓ ନୈତିକତାକୁ ଅଗ୍ରାଧିକାର ଦେଇ କାର୍ଯ୍ୟ ସମ୍ପାଦନ କରିବେ। ଆତ୍ମସଂଯମ ଦ୍ବାରା ଅନ୍ତଃ ଶକ୍ତିର ଅଭ୍ୟୁଥାନ୍‌ ଘଟିବ। ସମସ୍ତଙ୍କ ପ୍ରିୟଭାଜନ ହେବେ।
ମିଥୁନ: ସତ୍ୟ ଓ ଅହିଂସାକୁ ଜୀବନର ସଂହିତା କରିପାରନ୍ତି। ରୋଜଗାର ଊଣା ହେବ ନାହିଁ। ଉପହାର ଓ ସମ୍ବର୍ଦ୍ଧନା ପାଇ ଖୁସି ମନାଇପାରନ୍ତି। ସ୍ବାଦିଷ୍ଟ ଭୋଜନରେ ତୃପ୍ତି ନ ଥାଏ; ଥାଏ କେବଳ ସ୍ବାସ୍ଥ୍ୟପ୍ରଦ ଭୋଜନରେ।
କର୍କଟ: ରାଜକୋଷ ଅଛି। ପୁଣ୍ୟାର୍ଜନର ଦ୍ବାରକୁ ଉନ୍ମୁକ୍ତ କରି ସେବା ଓ ଦାନ କ୍ଷେତ୍ରରେ ଅଗ୍ରଗଣ୍ୟ ହେବେ। ଧର୍ମ କାର୍ଯ୍ୟରେ ଅକୁଣ୍ଠିତ ଚିତ୍ତରେ ଧନ ବ୍ୟୟ କରିବେ। ନାରୀଙ୍କ ପ୍ରତି ଆସକ୍ତି ଶୂନ୍ୟ ହୋଇପାରନ୍ତି।
ସିଂହ: ବୟସ ବୃଦ୍ଧି ହେବା ସହିତ ଜ୍ଞାନ ପିପାସୁ ହେବାର ସୂଚନା ମିଳୁଛି। ସଂଘର୍ଷମୟ ଜୀବନରେ କଷ୍ଟ ସହ୍ୟ କରି ଈଶ୍ବରାଭିମୁଖୀ ହେବାକୁ ପ୍ରୟାସ ଜାରି ରଖିବେ। ପ୍ରଗତିଶୀଳ ପଦକ୍ଷେପକୁ କାର୍ଯ୍ୟକାରୀ କରିବେ।
କନ୍ୟା: କର୍ମ ତତ୍ପରତା ପ୍ରକାଶ ପାଇବ। ପରିବାର ହେଉଛି ସାମାଜିକ ସଂରଚନାର କେନ୍ଦ୍ରବିନ୍ଦୁ, ପରସ୍ପର ସ୍ନେହ ରହିଲେ ଘରକୁ ବୈକୁଣ୍ଠ ସମାନ କରିପାରନ୍ତି। ଜ୍ଞାନର ପ୍ରଦୀପ ଜଳାଇ ଅଜ୍ଞାନକୁ ଦୂର କରିବେ।
ତୁଳା: ସେବା ଭାବନାରେ ଉଦ୍‌ବୁଦ୍ଧ ହେଲେ କ୍ଷମତା ଆପଣାଛାଏଁ ହାତକୁ ଆସିବ; ତା’ର ସଦ୍‌ ବ୍ୟବହାର କଲେ ଜନ କଲ୍ୟାଣ ଲାଭ କରିବେ। କୃତୀ ପ୍ରତିଯୋଗୀଭାବେ ସମ୍ବର୍ଦ୍ଧିତ ହେବା ସହିତ ପୁରସ୍କୃତ ହେବେ।
ବିଛା: ଆଜି ଦିନ ଭିତରେ ଥିବା ବିଭିନ୍ନ ପ୍ରକାର ଶୁଭ ଫଳ ମିଳିବାର ଅଛି। ସତ୍‌ ଚିନ୍ତା ଓ ପରୋପକାରରେ ଦିନଟି ଅତିବାହିତ ହେବ। ସୁସ୍ଥ ଓ ନିରାମୟ ରହିବେ। ବିଭିନ୍ନ ସୂତ୍ରରୁ ଧନାଗମର ହେବର ସୂଚନା ମିଳଛି।
ଧନୁ: ଜୀବନର ସାରବତ୍ତାକୁ ପାଥେୟ କରି ପୁଣ୍ୟପ୍ରଭାସମ୍ପନ୍ନ ହେବେ। ଆପଣ ସତ୍ୟ ପ୍ରତି ଆଗ୍ରହୀ ତଥା ସତ୍ୟାଗ୍ରହୀ ହୋଇପାରନ୍ତି। ସାରସ୍ବତ ସ୍ରଷ୍ଟାମାନଙ୍କ ମାଧ୍ୟମରେ ଅମଳିନ ଜ୍ୟୋତିଷ୍କ ହୋଇପାରନ୍ତି।
ମକର: ଦୀର୍ଘଦିନ ପରେ ଶତ୍ରୁତାର ଅବସାନ ଘଟାଇବାରେ ସଫଳ ହେବେ। ଆବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହେବା ପାଇଁ ଅଧିକ ଋଣ ଗ୍ରହଣ କରିପାରନ୍ତି। ଈର୍ଷାଠାରୁ ଦୂରେଇ ରହିବାକୁ ପଡ଼ିବ। ତେଜସ୍ବୀ ହେବେ।
କୁମ୍ଭ: ‘ସତ୍ୟ ବଦ, ଧର୍ମଚର’ ନୀତିକୁ ଆପଣେଇ ନେଇ ପାରନ୍ତି। ବିଦ୍ୟା ଜ୍ଞାନ, ବିନୟ ଭାବ ଥିବାରୁ ଆପଣଙ୍କ ଅର୍ଜିତ ବିଦ୍ୟା ମୂଲ୍ୟବାନ୍‌ ହେବ। ସାତ୍ତ୍ବିକ ତ୍ୟାଗର ପୂଜାରୀ ହୋଇପାରନ୍ତି। ଆତ୍ମଜ୍ଞାନ ପ୍ରାପ୍ତ ହେବ।
ମୀନ: କର୍ମ କୁଶଳତା ପାଇଁ ସଦା ସର୍ବଦା ପ୍ରଶଂସିତ ହେବେ। ଉଦାରଚେତା, ଉଦାର ଚରିତ ଓ ଉଦାର ସ୍ବଭାବସମ୍ପନ୍ନ ହେବେ। କୃଷି କର୍ମର ପ୍ରଶିକ୍ଷକଭାବେ ପରିଗଣିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

Breaking News