ରିପୋର୍ଟ କାର୍ଡ / ସମ୍ବଲପୁର
ସମ୍ବଲପୁର ବରେଇପାଲି ଓ ସଦର ଅଞ୍ଚଳରୁ ୧୪୪ ଧାରା ହଟାଇ ଦିଆଯାଇଛି । ସହରର ଆଉ ୪ ଥାନା ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିଛି। ଟାଉନ୍, ଧନୁପାଲି, କ୍ଷେତରାଜପୁର, ଅଇଁଠାପାଲି ଥାନା ଅଞ୍ଚଳରେ ୧୪୪ ଧାରା ଜାରି ରହିଛି। ହନୁମାନ ଜୟନ୍ତୀ ହିଂସା ପରେ ସହରରେ କର୍ଫ୍ୟୁ ସହିତ ୧୪୪ ଧାରା ଜାରି କରାଯାଇଥିଲା । ଏଥିସହିତ ଇଣ୍ଟରନେଟ୍ ଉପରେ ମଧ୍ୟ କଟକଣା ଲଗାଯାଇଥିଲା। ଏବେ ସକାଳ ୫ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ସହରରେ ଇଣ୍ଟରନେଟ୍ ସେବା ମଧ୍ୟ ଉପଲବ୍ଧ ହେଉଛି। ସହରରେ ସ୍ଥିତିରେ ସୁଧାର ଆସିବା ସହିତ ସ୍ବାଭାବିକତା ଫେରୁଛି।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……