ରିପୋର୍ଟ କାର୍ଡ / ସମ୍ବଲପୁର
ସମ୍ବଲପୁର ବରେଇପାଲି ଓ ସଦର ଅଞ୍ଚଳରୁ ୧୪୪ ଧାରା ହଟାଇ ଦିଆଯାଇଛି । ସହରର ଆଉ ୪ ଥାନା ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିଛି। ଟାଉନ୍, ଧନୁପାଲି, କ୍ଷେତରାଜପୁର, ଅଇଁଠାପାଲି ଥାନା ଅଞ୍ଚଳରେ ୧୪୪ ଧାରା ଜାରି ରହିଛି। ହନୁମାନ ଜୟନ୍ତୀ ହିଂସା ପରେ ସହରରେ କର୍ଫ୍ୟୁ ସହିତ ୧୪୪ ଧାରା ଜାରି କରାଯାଇଥିଲା । ଏଥିସହିତ ଇଣ୍ଟରନେଟ୍ ଉପରେ ମଧ୍ୟ କଟକଣା ଲଗାଯାଇଥିଲା। ଏବେ ସକାଳ ୫ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ସହରରେ ଇଣ୍ଟରନେଟ୍ ସେବା ମଧ୍ୟ ଉପଲବ୍ଧ ହେଉଛି। ସହରରେ ସ୍ଥିତିରେ ସୁଧାର ଆସିବା ସହିତ ସ୍ବାଭାବିକତା ଫେରୁଛି।






More Stories
ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍….
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….