ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମେ’ ୧ ତାରିଖରେ ଶ୍ରୀମନ୍ଦିର ସଂପର୍କିତ ଶୁଣାଣି ହେବ। ମୃଣାଳିନୀ ପାଢ଼ୀ ବନାମ କେନ୍ଦ୍ର ସରକାର ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ବିଚାରପତି ଏମ. ଆର୍ ଶାହ ଏବଂ ବିଚାରପତି ସି.ଟି ରବିକୁମାରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଶୁଣାଣି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର କୋର୍ଟରେ ସତ୍ୟପାଠ ଦାଖଲ କରିଥିବା ସୂଚନା ମିଳିଛି। ମନ୍ଦିର ପ୍ରଶାସନ ତରଫରୁ ୩୩ ପୃଷ୍ଠାର ସତ୍ୟପାଠ ଦାଖଲ କରାଯାଇଛି। ଏଥିରେ ପୂର୍ଣ୍ଣକାଳୀନ ନୀତି ପ୍ରଶାସକ ନିଯୁକ୍ତି, ଦୈନ୍ୟନ୍ଦିନ ନୀତି ଓ ପର୍ବପର୍ବାଣି ତଦାରଖ ପାଇଁ ଆଇଏଏସ ପାହ୍ୟାର ଅଫିସରଙ୍କୁ କ୍ଷମତା, ଗୁରୁକୁଳ ସେବାଶ୍ରମ ଖୋଲିବା ଓ ଶ୍ରୀଜଗନ୍ନାଥ ଜମି ଭଳି ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖ କରାଯାଇଛି । ପୂର୍ବ ଶୁଣାଣିରେ ଶ୍ରୀମନ୍ଦିରରେ ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ପାଇଁ ମହଲତ ଦେବାକୁ ଆବେଦନ କରିଥିଲେ ରାଜ୍ୟ ସରକାର। ନିଯୁକ୍ତି ଲାଗି ସମୟସୀମା ଡିସେମ୍ବର ୨୦୨୩କୁ ବୃଦ୍ଧି କରିବାକୁ ଆବେଦନ କରିଥିଲେ। କୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଚେତାଇ ଦେଇଥିଲେ ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ନ କଲେ ଅଦାଲତ ଅବମାନନା ମାମଲା ଆରମ୍ଭ ହେବ। ସେହିପରି ଜଗନ୍ନାଥଙ୍କ ସେବାୟତଙ୍କ ପିଲାମାନଙ୍କ ପାଇଁ କୋର୍ଟଙ୍କ ଆଦେଶମତେ ମିଳିଥିବା ୫ କୋଟି ରାଶି କିପରି ଖର୍ଚ୍ଚ ହୋଇଛି ସେ ବିଷୟରେ ଖଣ୍ଡପୀଠ ଜାଣିବାକୁ ଚାହିଁଥିଲେ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..