ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାର କଟିହାର ଜିଲ୍ଲାରେ ବାଇକ୍ଆରୋହୀ ଅଜ୍ଞାତ ଆତତାୟୀଙ୍କ ଗୁଳିରେ ‘ଜେଡି ୟୁ’ର ବରିଷ୍ଠ ନେତା କୈଳାସ ମହତୋଙ୍କର ମୃତ୍ୟୁ ଘଟିଛି। ବାସଭବନ ନିକଟରେ ୭୦ ବର୍ଷିୟ କୈଳାସ ମହତୋଙ୍କ ପେଟ ଓ ମୁଣ୍ଡକୁ ଲକ୍ଷ୍ୟ କରି ଏକାଧିକବାର ଗୁଳି ଚଳାଯାଇଥିଲା। ସଂଗୃହୀତ ସୂଚନା ଅନୁସାରେ, ଜମିବାଡ଼ି ବିବାଦ ଯୋଗୁଁ କୈଳାସଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ସୁରକ୍ଷା ନିମନ୍ତେ ଅଳ୍ପ କିଛି ଦିନ ପୂର୍ବେ ସେ ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିଲେ। ବରାରୀ ଥାନା ଅଞ୍ଚଳର ପୂର୍ବୀ ବାରି ନଗର ପଞ୍ଚାୟତ ଅନ୍ତର୍ଗତ ୧୨ ନମ୍ବର ୱାର୍ଡରେ କୈଳାସ ମହତୋଙ୍କ ବାସଭବନ ଅବସ୍ଥିତ। କଟିହାର ‘ଏସ୍ଡିପିଓ’ ଓମ୍ ପ୍ରକାଶ କହିଛନ୍ତି, ଆମେ ତଦନ୍ତ ଆରମ୍ଭ କରି ଦେଇଛୁ। ଖୁବ୍ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ। ପ୍ରାୟ ୪/୫ ରାଉଣ୍ଡ୍ ଗୁଳି ଫାୟରିଙ୍ଗ୍ କରାଯାଇଛି। ଶବ ବ୍ୟବଚ୍ଛେଦ କରାଯିବା ପରେ ଗୁଳି ସଂଖ୍ୟା ବିଷୟରେ ସବିଶେଷ ବିବରଣୀ ମିଳିଯିବ। ବ୍ୟବଚ୍ଛେଦ ନିମନ୍ତେ ମହତୋଙ୍କ ଶବ କଟିହାର ଡାକ୍ତରଖାନାକୁ ପଠାଯାଇଛି। ବିଧାୟକ ବିଜୟ ସିଂହ ଓ ସାଂସଦ ଦୁଲାଲ୍ ଚନ୍ଦ ଗୌସ୍ବାମୀ ମହତୋଙ୍କ ହତ୍ୟା ସଂକ୍ରାନ୍ତରେ ‘ଏସ୍ପି’ଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଦୁର୍ବୃତ୍ତମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି।






More Stories
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..
ସୂଚନା ଅଧିକାର ଆଇନ ବ୍ୟବସାୟ ପାଲଟିଛି…..
ଓମାନ ତଟରେ ବୁଡିଲା ଭାରତୀୟ ଡଙ୍ଗା….