Report Card Odisha

| Daily Odia News

ସୋନିଆ ଗାନ୍ଧୀ ‘ବିଷକନ୍ୟା’…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କର୍ଣ୍ଣାଟକ ‘ବିଜେପି’ ବିଧାୟକ ବସନଗୌଡ଼ା କଂଗ୍ରେସର ପୂର୍ବତନ ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ‘ବିଷକନ୍ୟା’ ବୋଲି କହିଛନ୍ତି। ଆଜି ୟତନଲ୍‌ କୋପ୍ପଲ୍‌ରେ ଆୟୋଜିତ ନିର୍ବାଚନ ରାଲିରେ ‘ବିଜେପି’ ବିଧାୟକ ବସନଗୌଡ଼ା କହିଛନ୍ତି: ସମଗ୍ର ବିଶ୍ବ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗ୍ରହଣ କରିଛି। ଏକଦା ଆମେରିକା ତାଙ୍କୁ ‘ଭିସା’ ଦେବାକୁ ମନା କରି ଦେଇଥି‌ଲା। ପରେ ‌ସେହି ଆମେରିକା ଔପଚାରିକ ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ବାଗତ କରିଥିଲା। ଏବେ କଂଗ୍ରେସ ତାଙ୍କୁ ନାଗସାପ ସହିତ ତୁଳନା କରି କହୁଛନ୍ତି ଯେ, ସେ ବିଷ ଉଦ୍‌ଗାରିବେ। ସୋନିଆ ଗାନ୍ଧୀ କ’ଣ ଜଣେ ‘ବିଷକନ୍ୟା’? ସେ ଚୀନ୍‌ ଓ ପାକିସ୍ତାନ ସହିତ ସେମାନଙ୍କର ଏଜେ‌ଣ୍ଟ୍‌ ଭାବେ କାର୍ଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେ ବିବୃତି ଦେବାର ଦିନକ ପରେ ବିଧାୟକ ବସବଗୌଡ଼ା ଏଭଳି ମନ୍ତବ୍ୟ ଦେଇଛନ୍ତି। ଖଡ୍‌ଗେ କହିଥିଲେ, ମୋଦୀ ଗୋଟାଏ ବିଷଧର ସର୍ପ ସଦୃଶ। ସାବଧାନ ଥିବେ ନଚେତ ସେ ବିଷ ଆପଣଙ୍କୁ ମୃତ୍ୟୁମୁଖରେ ପକାଇବ।

Breaking News