ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ଦିନର ପରେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ରୁଜୁ ହେଲା ମାମଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବ୍ରିଜ ଭୂଷଣ ଶରଣଙ୍କ ବିରୋଧରେ ୨ଟି ଯୌନ ଉତ୍ପୀଡ଼ନ ରୁଜୁ କରିଛି ଦିଲ୍ଲୀ ପୋଲିସ । କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଗତକାଲି ରୁଜୁ ହୋଇଥିବା ୨ଟି ମାମଲା ମଧ୍ୟରୁ ଗୋଟିଏ ଜଣେ ନାବାଳିକା ରେସଲର କରିଥିବା ବେଳେ ଅନ୍ୟଟି ଜଣେ ମହିଳା କୁସ୍ତି ଯୋଦ୍ଧା କରିଛନ୍ତି। ନିଜ ବିରୋଧରେ ରୁଜୁ ହୋଇଥିବା ଯୌନ ଉତ୍ପୀଡ଼ନ ମାମଲାକୁ ସ୍ୱାଗତ କରି ବ୍ରିଜ ଭୂଷଣ ଶରଣ ସିଂ କହିଛନ୍ତି, ଯାଞ୍ଚ ପାଇଁ ଗଠିତ ସମିତିର ରିପୋର୍ଟକୁ ଅପେକ୍ଷା କରିବା ଉଚିତ ଥିଲା। ହେଲେ ମୁଁ ନ୍ୟାୟପାଳିକାଙ୍କ ନିଷ୍ପତ୍ତିରେ ଖୁସି ଅଛି। ଦିଲ୍ଲୀ ପୋଲିସ ଏହି ଘଟଣାର ଯାଞ୍ଚ କରିବ ଓ ମୁଁ ଯଥା ସମ୍ଭବ ସହଯୋଗ କରିବି । ମୁଁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ନୁହଁ । ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ମାମଲା ରୁଜୁ ସତ୍ତ୍ୱେ ଆନ୍ଦୋଳନରୁ ନ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ଆନ୍ଦୋଳନରତ ରେସଲର । ଏନେଇ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଥିଲେ, ଆମେ ସୁପ୍ରିମକୋର୍ଟଙ୍କ ଆଦେଶକୁ ସମ୍ମାନ କରୁଛୁ । କିନ୍ତୁ ଦିଲ୍ଲୀ ପୋଲିସ ଉପରେ ଭରସା ନାହିଁ । ସେ ବ୍ରିଜ ଭୂଷଣଙ୍କ ବିରୋଧରେ ଲଗାଇଥିବା କୋହଳ ଦଫା ଲଗାଇବାର ଆଶଙ୍କା ରହିଛି । ତେଣୁ ସ୍ପୋର୍ଟ୍ସକୁ ବଞ୍ଚାଇବାକୁ ଆମକୁ ଏକାଠି ଆଗକୁ ବଢ଼ିବାକୁ ପଡ଼ିବ । ଆମ ଧାରଣା ଜାରି ରହିବ । ବ୍ରିଜ ଭୂଷଣ ନିଜ ପଦର ଦୁରପଯୋଗ କରିବାର ଆଶଙ୍କା ରହିଛି। ତେଣୁ ତୁରନ୍ତ ତାଙ୍କୁ ସବୁ ପଦରୁ ବରଖାସ୍ତ କରି ଜେଲ୍ ପଠାଇବା ଉଚିତ ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..