Report Card Odisha

| Daily Odia News

୫ ମହିଳା ଆର୍ଟିଲାରୀ ରେଜିଜମେଣ୍ଟରେ ସାମିଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ସେନାରେ ମହିଳାଙ୍କ ପ୍ରଥମ ବ୍ୟାଚ୍‌ରେ ୫ ଜଣଙ୍କୁ ଆର୍ଟିଲାରୀ ରେଜିଜମେଣ୍ଟରେ ସାମିଲ କରାଯାଇଛି । ଚେନ୍ନାଇରେ ଶନିବାର ଅଫିସର୍ସ ଟ୍ରେନିଂ ଏକାଡେମି(ଓଟିଏ)ରେ ଲମ୍ବା ସମୟର ପ୍ରଶିକ୍ଷଣ ପରେ ସେମାନଙ୍କୁ ଅର୍ଟିଲାରୀ ରେଜିମେଣ୍ଟରେ ସାମିଲ କରାଯାଇଛି। ଆର୍ଟିଲିରି ରେଜିମେଣ୍ଟରେ ସାମିଲ ହୋଇଥିବା ଏହି ପାଞ୍ଚଜଣ ମହିଳା ଅଧିକାରୀ (ଡବ୍ଲୁଓ) ସେମାନଙ୍କ ପୁରୁଷ ସହକର୍ମୀଙ୍କ ପରି ସମାନ ସୁଯୋଗ ପାଇବେ। ଏହି ରେଜିମେଣ୍ଟରେ ୧୯ ଜଣ ପୁରୁଷ ଅଧିକାରୀଙ୍କୁ ମଧ୍ୟ ସାମିଲ କରାଯାଇଛି। ଏହି ଯୁବ ମହିଳା ଅଧିକାରୀ ମାନଙ୍କୁ ସମସ୍ତ ପ୍ରକାର ଆର୍ଟିଲାରୀ ୟୁନିଟରେ ମୁତୟନ କରାଯିବ । ଯେଉଁ ମାନଙ୍କୁ ସମସ୍ତ ପ୍ରକାର ଚ୍ୟାଲେଞ୍ଜର ସାମ୍ନା କରିବା ପାଇଁ ପ୍ରସ୍ତୁତ କରାଯିବ । ଏହି ସମୟରେ ସେମାନେ ରକେଟ୍‌, ମିଡିୟମ, ଫିଲ୍ଡ ଏବଂ ସର୍ଭିଲାନ୍ସ ଏବଂ ଟାର୍ଗେଟ୍ ଅଧିଗ୍ରହଣ (ଏସ୍‌ଏଟିଏ) ଏବଂ କଠିନ ସମୟରେ ଯନ୍ତ୍ରପାତି ପରିଚାଳନା ପାଇଁ ପର୍ଯ୍ୟାପ୍ତ ତାଲିମ ଏବଂ ଏକ୍ସପୋଜର୍ ପାଇବେ । ଏହି ପାଞ୍ଚଜଣ ମହିଳା ଅଧିକାରୀଙ୍କ ମଧ୍ୟରୁ ତିନିଜଣଙ୍କୁ ଉତ୍ତର ସୀମାରେ ପୋଷ୍ଟ କରାଯାଇଛି । ଏହି ପାଞ୍ଚଜଣଙ୍କ ମଧ୍ୟରେ ଲେଫ୍ଟନାଣ୍ଟ ମେହେକ ସାଇନିଙ୍କୁ ଫିଲ୍ଡ ରେଜିମେଣ୍ଟ, ଲେଫ୍ଟନାଣ୍ଟ ସାକ୍ଷୀ ଦୁବେ ଏବଂ ଆଦିତ୍ୟ ଯାଦବଙ୍କୁ ଏକ ସ୍ୟାଟା ରେଜିମେଣ୍ଟରେ ଦାୟିତ୍ୱ ଦିଆଯାଇଛି। ପାସ୍ ଆଉଟ୍ ପ୍ୟାରେଡ୍ ସମାପ୍ତ ହେବା ପରେ, ମହିଳା କ୍ୟାଡେମାନେ ସମ୍ବିଧାନ ପ୍ରତି ଶପଥ ଗ୍ରହଣ କରିଥିଲେ ଏବଂ ଆର୍ଟିଲିରି ରେଜିମେଣ୍ଟରେ ପ୍ରବେଶକୁ ପ୍ରତୀକ କରୁଥିବା ସେମାନଙ୍କ ରାଙ୍କ୍ ଇନସିନିୟା ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଲେଫ୍ଟନାଣ୍ଟ ଜେନେରାଲ ଆଡୋଶ କୁମାର, କର୍ଣ୍ଣେଲ କମାଣ୍ଡାଣ୍ଟ ଏବଂ ଆର୍ଟିଲିରିର ଡାଇରେକ୍ଟର ଜେନେରାଲଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

Breaking News