ରପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମ ମେକ୍ସିକୋରେ ପର୍ବତ ଅତଡ଼ାରୁ ଏକ ବସ୍ ଖସିପଡ଼ିବାରୁ ୧୮ଜଣ ଙ୍କର ମୃତ୍ୟୁ ଘଟିଥିବା ବେଳେ ୩୩ଜଣ ଆହତ ହୋଇଛନ୍ତି| ଦୁର୍ଘଟଣା ଘଟିଥିବା ନାୟାରିଟ୍ ପ୍ରଦେଶରେ ଥିବା ପ୍ରୋସିକ୍ୟୁଟର୍ ଅଫିସ୍ କହିଛି, ଶନିବାର ରାତିରେ ଗାଡ଼ିଟି ପ୍ରାୟ ୧୫ ମିଟର୍ ଉଚ୍ଚ ପର୍ବତ ଅତଡ଼ାରୁ ତଳେ ପ୍ରବାହିତ ପାହାଡ଼ୀ ନଈକୁ ଖସିପଡ଼ିଥିଲା। ଏହି ଅତଡ଼ାଟି ରାଜ୍ୟ ରାଜଧାନୀ ତେପିକ୍କୁ ପର୍ଯ୍ୟଟନସ୍ଥଳୀ ପୁଏଟୋ ବାର୍ଲାଟା ସହିତ ସଂଯୋଗ କରୁଥିବା ରାଜପଥ ଅନ୍ତର୍ଗତ।ଟୁଇଟ୍ କରି ପ୍ରୋସିକ୍ୟୁଟର୍ ଅଫିସ୍ ଲେଖିଛି: ପୀଡ଼ିତମାନଙ୍କୁ ତୁରନ୍ତ ସାହାଯ୍ୟ କରିବା ଲାଗି ଆମେ ପ୍ରଥମରୁ ହିଁ କେନ୍ଦ୍ର ଓ ପ୍ରାଦେଶିକ କର୍ତ୍ତୃପକ୍ଷମାନଙ୍କ ସହିତ ସମନ୍ବୟ ରକ୍ଷା କରି କାର୍ଯ୍ୟ ଆରମ୍ଭ କରିଥିଲୁ।ଏହି ଦୁର୍ଘଟଣାରେ ୧୧ ମହିଳା ଓ ୭ଜଣ ପୁରୁଷଙ୍କର ମୃତ୍ୟୁ ଘଟିଛି। ଚିକିତ୍ସା ନିମନ୍ତେ ଅନ୍ୟୂନ ୧୧ଜଣ ଙ୍କୁ ବିଭିନ୍ନ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..