Report Card Odisha

| Daily Odia News

ପର୍ବତ ଅତଡ଼ାରୁ ଖସି ପଡ଼ିଲା ବସ୍‌, ୧୮ ମୃତ, ୩୩ ଆହତ…..

ରପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମ ମେକ୍ସିକୋରେ ପର୍ବତ ଅତଡ଼ାରୁ ଏକ ବସ୍‌ ଖସିପଡ଼ିବାରୁ ୧୮ଜଣ ଙ୍କର ମୃତ୍ୟୁ ଘଟିଥିବା ବେଳେ ୩୩ଜଣ ଆହତ ହୋଇଛନ୍ତି| ଦୁର୍ଘଟଣା ଘଟିଥିବା ନାୟାରିଟ୍‌ ପ୍ରଦେଶରେ ଥିବା ପ୍ରୋସିକ୍ୟୁଟର୍‌ ଅଫିସ୍‌ କହିଛି, ଶନିବାର ରାତିରେ ଗାଡ଼ିଟି ପ୍ରାୟ ୧୫ ମିଟର୍‌ ଉଚ୍ଚ ପର୍ବତ ଅତଡ଼ାରୁ ତଳେ ପ୍ରବାହିତ ପାହାଡ଼ୀ ନଈକୁ ଖସିପଡ଼ିଥିଲା। ଏହି ଅତଡ଼ାଟି ରାଜ୍ୟ ରାଜଧାନୀ ତେପିକ୍‌କୁ ପର୍ଯ୍ୟଟନସ୍ଥଳୀ ପୁଏଟୋ ବାର୍ଲାଟା ସହିତ ସଂଯୋଗ କରୁଥିବା ରାଜପଥ ଅନ୍ତର୍ଗତ।ଟୁଇଟ୍‌ କରି ପ୍ରୋସିକ୍ୟୁଟର୍‌ ଅଫିସ୍‌ ଲେଖିଛି: ପୀଡ଼ିତମାନଙ୍କୁ ତୁରନ୍ତ ସାହାଯ୍ୟ କରିବା ଲାଗି ଆମେ ପ୍ରଥମରୁ ହିଁ କେନ୍ଦ୍ର ଓ ପ୍ରାଦେଶିକ କର୍ତ୍ତୃପକ୍ଷମାନଙ୍କ ସହିତ ସମନ୍ବୟ ରକ୍ଷା କରି କାର୍ଯ୍ୟ ଆରମ୍ଭ କରିଥିଲୁ।ଏହି ଦୁର୍ଘଟଣାରେ ୧୧ ମହିଳା ଓ ୭ଜଣ ପୁରୁଷଙ୍କର ମୃତ୍ୟୁ ଘଟିଛି। ଚିକିତ୍ସା ନିମନ୍ତେ ଅନ୍ୟୂନ ୧୧ଜଣ ଙ୍କୁ ବିଭିନ୍ନ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Breaking News