ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ତିଆର ଜେଲ୍ ଭିତରେ ଦୁଇ ଗ୍ୟାଙ୍ଗ୍ ସଦସ୍ୟଙ୍କ ମଧ୍ୟରେ ବିବାଦ ଉପୁଜି ଆକ୍ରମଣରେ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆର ମୃତ୍ୟୁ ଘଟିଛି। ଆଜି ସକାଳେ ତିହାର ଜେଲରେ ଟିଲୁ ତାଜପୁରିଆ ଉପରେ ଆକ୍ରମଣ ହୋଇଥିବା ବେଳେ ତାକୁ ଚିକିତ୍ସା ପାଇଁ ତୁରନ୍ତ ଦିନ୍ ଦୟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଟିଲୁର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ୮ ନମ୍ବର ସେଲ୍ରେ ବନ୍ଦୀ ହୋଇଥିବା ଯୋଗେଶ ଟୁଣ୍ଡା ନାମକ ଜଣେ କଏଦୀ ଏକ ଲୁହା ରଡ୍ ସହାୟତାରେ ୯ ନମ୍ବର ସେଲ୍ରେ ଥିବା ଟୁଲୁକୁ ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରେ ଟିଲୁ ଗୁରୁତର ଆହତ ହୋଇଥିଲା। ତାକୁ ଜେଲ୍ ପ୍ରଶଂସନ ତୁରନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରିଥିବା ସତ୍ତ୍ବେ ବି ତା’ର ଜୀବନ ବଞ୍ଚାଇ ହୋଇନଥିଲା। ଉଲ୍ଲେଖଯୋଗ୍ୟ, ୨୦୨୧ ମସିହାରେ ଦିଲ୍ଲୀର ରୋହିଣୀ କୋର୍ଟ ଗୁଳିକାଣ୍ଡର ମାଷ୍ଟର୍ମାଇଣ୍ଡ୍ ଥିଲା ଟିଲୁ। ଏହି ଗୁଳିକାଣ୍ଡରେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ରର ହତ୍ୟା କରାଯାଇଥିଲା। ଟିଲୁ ଗ୍ୟାଙ୍ଗର ଦୁଇଜଣ ସଦସ୍ୟ ରୋହିଣୀ କୋର୍ଟ ଭିତରେ ଜିତେନ୍ଦ୍ରକୁ ଗୁଳି କରି ହତ୍ୟା କରିଥିଲେ। ଜିତେନ୍ଦ୍ର ଗୋଗିର ଗ୍ୟାଙ୍ଗ ଏବଂ ଟିଲୁ ଗ୍ୟାଙ୍ଗ ମଧ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ବାଦବିବାଦ ହେତୁ ଏପରି ଘଟିଛି ବୋଲି ପୋଲିସ ସୂତ୍ରରୁ ଜଣାପଡିଛି |






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..