ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରଶ୍ନପତ୍ରରେ ତ୍ରୁଟି ଯୋଗୁଁ ବାତିଲ ହୋଇଥିବା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ ପକ୍ଷରୁ କରାଯାଇଥିବା ଆକାଉଣ୍ଟାଟ ପରୀକ୍ଷା ପୁନର୍ବାର କରାଯିବ । ଜୁଲାଇ ୩୦ ତାରିଖରେ ଏହି ପରୀକ୍ଷା ପୁଣି ଅନୁଷ୍ଠିତ ହେବା ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଗତ ମାସ ୨୩ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ୬୫ଟି ପଦବୀ ପାଇଁ ପରୀକ୍ଷା କରାଯାଇଥିଲା । ଓଡ଼ିଆ ଭାଷାରେ ଥିବା ପ୍ରଶ୍ନପତ୍ରେ ଅନେକ ତ୍ରୁଟି ଯୋଗୁଁ ପରୀକ୍ଷାର୍ଥୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ୫୦ ହଜାର ଛାତ୍ର ଛାତ୍ରୀ ଏହି ପରୀକ୍ଷା ଦେଇଥିଲେ | ପୁଣି ଓଏମ୍ଆର୍ରେ ଏହି ପରୀକ୍ଷା ଗୋଟିଏ ସିଟଂରେ କରାଯିବ । ସମସ୍ତ ଜିଲ୍ଲାର ମୁଖ୍ୟାଳୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।






More Stories
ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳଙ୍କୁ ଦୂରେଇ ରଖାଯାଉଛି,ପୁରୁଣା ପରମ୍ପରା ଭାଙ୍ଗିଦେଉଛନ୍ତି……
ପୁରୁଣା ଆପାର୍ଟମେଣ୍ଟ ବିକ୍ରି ପ୍ରକ୍ରିୟା ସହଜ କଲେ ରାଜ୍ୟ ସରକାର…..
ଆଜି କାଉଣ୍ଟରରେ ଟିକଟ ବିକ୍ରି……