Report Card Odisha

| Daily Odia News

ଝାରସୁଗୁଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ ହେବ।  ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂ‌ଗ୍ରେସ ମଧ୍ୟରେ ଟକ୍କର ହେଉଛି। ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର ଲାଗି ଝାରସୁଗୁଡ଼ା ଗସ୍ତରେ ଯିବେ। ସାଢେ ୪ଟାରେ ଝାରସୁଗୁଡ଼ାରେ ଆୟୋଜିତ ସଭାରେ ଯୋଗ ଦେବେ। ସନ୍ଧ୍ୟା ୫ ଟା ୫୦ ରେ ଭୁବନେଶ୍ଵର ଫେରିବେ ବୋଲି ଜଣାଯାଇଛି।

Breaking News