Report Card Odisha

| Daily Odia News

ଝାରସୁଗୁଡ଼ା ଉପନିର୍ବାଚନରେ ହେବ ୱେବକାଷ୍ଟିଂ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ୧୦ ତାରିଖରେ ରାଜ୍ୟର ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବା ସହ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ଝାରସୁଗୁଡ଼ା ଉପନିର୍ବାଚନ ସମୟରେ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥମାନଙ୍କରେ ସିଧାସଳଖ ୱେବକାଷ୍ଟିଂ କରାଯିବ । ଜିଲ୍ଲାରେ ଏବେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ରହିଥିବା ବେଳେ ୪୦ ପ୍ରତିଶତ ସମ୍ବେଦନଶୀଳ ବୁଥ୍ ରହିଛି । ତେବେ ବୁଥରେ ୱେବକାଷ୍ଟିଂ କରାଯିବା ଫଳରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଏହାକୁ ଦେଖି ପାରିବେ । ଦୁଇ ଦଳ ବିଜେଡି ଓ ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରିଥିବା ବେଳେ ଏହାର ତଦନ୍ତ ଚାଲିଛି । ନିର୍ବାଚନ କିପରି ସଠିକ୍ ଭାବେ ପରିଚାଳନା କରାଯିବ ସେନେଇ ଜିଲ୍ଲାପାଳ ଓ ଏସପିଙ୍କ ସହିତ ଆଲୋଚନା ଚାଲିଥିବା ଶ୍ରୀ ଧଳ କହିଛନ୍ତି ।

Breaking News