ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠାରୁ ଆରମ୍ଭ ହେଉଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଦୈନିକ ୩ଟି ସିଫ୍ଟରେ ପରୀକ୍ଷା ହେବ। ସକାଳ ୯ରୁ ୧୧ ପ୍ରଥମ ସିଫ୍ଟ ଆରମ୍ଭ ହେବ। ସେହିପରି ଦିନ ୧୨ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ସିଫ୍ଟ ଏବଂ ସାଢ଼େ ଅପରାହ୍ନ ୪ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ତୃତୀୟ ସିଫ୍ଟରେ ପରୀକ୍ଷା ହେବ। ପ୍ରଥମ ଦିନ ଲାଟେରାଲ ଏଣ୍ଟ୍ରିଙ୍କ ପାଇଁ ପରୀକ୍ଷା ଥିବା ବେଳେ ଦ୍ୱିତୀୟ ଦିନରେ ଏମସିଏ ଓ ଏମଟେକ୍ ଏଣ୍ଟ୍ରାନ୍ସ ହେବ। ସେହିପରି ୧୧ ତାରିଖରେ MBA, ୧୨ ତାରିଖରେ ବି. ଫାର୍ମ ପାଇଁ ପରୀକ୍ଷା ହେବ ବୋଲି ସୂଚୀ ପ୍ରକାଶ ପାଇଛି।






More Stories
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..
ଆସୁଛି ପଛକୁ ପଛ ୨ ଘୂର୍ଣ୍ଣିବଳୟ…..
ଷ୍ଟାଣ୍ଡିଙ୍ଗ କମିଟି ଗଠନ କଲେ ବାଚସ୍ପତି……