ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜସ୍ଥାନ ହନୁମାନଗଡ଼ ନିକଟରେ ବାୟୁସେନାର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି | କିନ୍ତୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ମିଗ ୨୧ ର ପାଇଲଟ | ଗାଁରେ ବିମାନ ଖସିବା କାରଣରୁ ୨ ଗ୍ରାମବାସୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି | ବାୟୁସେନା ଅଧିକାରୀଙ୍କ ସୂଚନା ଅନୁସାରେ , ଆଜି ସକାଳେ ବାୟୁସେନା ବିମାନ MIG-21 ଫାଇଟର ଜେଟ୍ ସୁରତଗଡ଼ରୁ ଉଡ଼ିଥିଲା । ତେବେ ବହଲୋଲ ନଗରରେ ଉଡ଼ୁଥିବା ବେଳେ ବିମାନଟି ଜଣେ ବ୍ୟକ୍ତିଙ୍କ ଛାତ ଉପରେ ଗଳି ପଡ଼ିଥିଲା। ଫଳରେ ଘରଟି ଧ୍ୱସଂବିଧ୍ୱସଂ ହୋଇଯାଇଥିଲା। ବିମାନଟିରେ ଯାନ୍ତ୍ରୀକ ତ୍ରୁଟି ଦେଖାଯିବା କ୍ଷଣି ପାଇଲଟ ତାହାକୁ ଗାଁଠୁ ଦୂରକୁ ନେବାକୁ ଯଥାସମ୍ଭବ ଉଦ୍ୟମ କରିଥିଲେ। ମାତ୍ର ଗାଁ ଅତିକ୍ରମ କରୁ କରୁ ବିମାନଟି ଜଣେ ବ୍ୟକ୍ତିଙ୍କ ଛାତ ଉପରେ ଖସି ପଡ଼ିଥିଲା । ଏହା ପୂର୍ବରୁ ପାଇଲଟ ପାରାଶୁଟ ସାହାଯ୍ୟରେ ତଳକୁ ଖସି ପଡ଼ିଥିଲେ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..