ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦକ୍ଷିଣ ପେରୁର ଗୋଟାଏ ନିର୍ଜନ ଅଞ୍ଚଳରେ ଥିବା ଏକ ସୁନାଖଣିରେ ଅଗ୍ନିକାଣ୍ଡ ଘଟିଛି | କାର୍ଯ୍ୟରତ ୨୭ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ସରକାରୀ ଅଧିକାରୀମାନେ କହିଛନ୍ତି। ପେରୁର ସାମ୍ପ୍ରତିକ ଇତିହାସରେ ଏହା ହେଉଛି ଅନ୍ୟତମ ଦୁଃଖଦ ଖଣି ଦୁର୍ଘଟଣା। ଶ୍ରମିକମାନଙ୍କ ଶୋକସନ୍ତପ୍ତ ଆତ୍ମୀୟମାନେ ସେମାନଙ୍କ ପ୍ରିୟଜନଙ୍କ ଖବର ପାଇବା ପାଇଁ ଦୁର୍ଘଟଣା ଘଟିଥିବା ସୁନାଖଣି ନିକଟରେ ସମବେତ ହୋଇଥିଲେ। ପୋଲିସ ଏବଂ ପବ୍ଲିକ୍ ପ୍ରୋସିକ୍ୟୁଟଙ୍କ ଅଫିସ ସୁନିଶ୍ଚିତ କରି କହିଛି ଯେ, ଏରେକ୍ବିପା ଅଞ୍ଚଳରେ ଥିବା ଲା’ ଏସ୍ପେରାଞ୍ଜା-୧ ଖଣିର ଗୋଟାଏ ସୁଡ଼ଙ୍ଗରେ ବ୍ୟାପିଥିବା ନିଆଁ ସର୍ଟସର୍କିଟ୍ ଯୋଗୁଁ ହିଁ ଲାଗିଥିଲା। ଖଣି ଭିତରେ ୨୭ଜଣଙ୍କର ମୃତ୍ୟୁ ଘଟିଥିବା କଥା ପବ୍ଲିକ୍ ପ୍ରୋସିକ୍ୟୁଟର୍ ଜିଓଭାନି ମାତୋସ୍ ‘ଚାନେଲ୍ ଏନ୍’ ଟେଲିଭିଜନ୍କୁ କହିଛନ୍ତି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..