ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ପୁନେ ସହରରେ ସେକ୍ସ ରାକେଟ୍ ଚାଲୁଥିବା ନେଇ ସୂଚନା ପାଇବା ପରେ ପିମ୍ପ୍ରି-ଚିଞ୍ଚୱାଡ ପୋଲିସ ଏକ ହୋଟେଲ ଉପରେ ଚଢ଼ଉ କରିଥିଲା | ଜଣେ ଏଜେଣ୍ଟକୁ ଗିରଫ କରିବା ସହ ଦୁଇଜଣ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ । ଏକ ସୂଚନାକୁ ଭିତ୍ତିକରି ପିମ୍ପ୍ରି-ଚିଞ୍ଚୱାଡ ପୋଲିସର କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଉକ୍ତ ହୋଟେଲକୁ ଜଣେ ନକଲି ଗ୍ରାହକଙ୍କୁ ପଠାଯାଇଥିଲା। ଉକ୍ତ ନକଲି ଗ୍ରାହକ ହୋଟେଲରେ ଦେହ ବ୍ୟବସାୟ ଚାଲିଥିବା ନେଇ ସ୍ପଷ୍ଟ ସୂଚନା ଦେବା ପରେ ପୋଲିସ ଇନ୍ସପେକ୍ଟର ଦେବେନ୍ଦ୍ର ଚୱାନଙ୍କ ନେତୃତ୍ବରେ ଏକ ପୋଲିସ ଟିମ ଚଢ଼ଉ କରିଥିଲେ। ପୋଲିସ ହୋଟେଲ ରୁମ୍ରୁ ଦୁଇଜଣ ମହିଳାଙ୍କୁ ଉଦ୍ଧାର କରିବା ସହ ଜଣେ ସେକ୍ସ ଦଲାଲକୁ ଗିରଫ ମାମଲା ରୁଜୁ କରିଛି। ଉକ୍ତ ଦୁଇଜଣ ମହିଳାଙ୍କ ମଧ୍ୟରୁ ଜଣେ ଭୋଜପୁରୀ ଫିଲ୍ମ ଅଭିନେତ୍ରୀ ହୋଇଥିବା ବେଳେ ଅନ୍ୟ ଜଣକ ହେଉଛନ୍ତି ଜଣେ ମଡେଲ। ଏହା ଉପରେ ଅଧିକ ତଦନ୍ତ ଚାଲିଥିବା ପୋଲିସ ଡେପୁଟି କମିସନର କହିଛନ୍ତି।






More Stories
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..
ମୋଦୀଙ୍କୁ ସେସଲ୍ସର ସ୍ୱତନ୍ତ୍ର ରାଷ୍ଟ୍ରପତି ସମ୍ମାନ…..