Report Card Odisha

| Daily Odia News

ଦକ୍ଷିଣ-ପଶ୍ଚିମ ମୌସୁମୀ ୨୦ରେ ଆଣ୍ଡାମାନ ଛୁଇଁବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦକ୍ଷିଣ-ପୂର୍ବ ମୌସୁମୀର ଆଗମନ ଉପରେ ଅବଗଣନା ଆରମ୍ଭ ହୋଇଛି। ପାଣିପାଗ ବିଶେଷଜ୍ଞଙ୍କ ମତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆସନ୍ତା ୨୦ ତାରିଖରେ ଆଣ୍ଡାମାନ ଛୁଇଁବ ଓ ୨୨ ତାରିଖ ସୁଦ୍ଧା ସମଗ୍ର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜକୁ ଆବୃତ କରିବ । ଏହାର ୯ ଦିନ ପରେ ଅର୍ଥାତ ଜୁନ ୧ରେ ଏହା କେରଳ ଛୁଇଁବାର ସମ୍ଭାବନା ରହିଛି । ତେବେ ଏହି ତାରିଖରେ ୫ ଦିନ ଏପାଖ-ସେପାଖ ହୋଇପାରେ । ଜୁନରେ କେରଳ ଛୁଇଁବାର ୧୦-୧୨ ଦିନ ପରେ ମୌସୁମୀ ଓଡ଼ିଶା ଆସିଥାଏ । ଏଣୁ ଆସନ୍ତା ରଜ ସୁଦ୍ଧା ଓଡ଼ିଶାରେ ମୌସୁମୀ ପହଞ୍ଚିଥିବା ଆଶା କରାଯାଉଛି । ମାଡାଗାସ୍କର ନିକଟରେ ମାସକ୍ରେନାସ ହାଇ ନାମକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ମୌସୁମୀ ବାୟୁ ସୃଷ୍ଟି ହେବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବାତ୍ୟା ମୋକା ଯୋଗୁଁ ଏବର୍ଷ ମୌସୁମୀ ପ୍ରଭାବରେ ବ୍ୟାଘାତ ସୃଷ୍ଟି ହେବାର ଆଶଙ୍କା କରାଯାଉଥିଲା । କିନ୍ତୁ ମୌସୁମୀ ଆରମ୍ଭ ହେବା ପୂର୍ବରୁ ବାତ୍ୟା ଚାଲିଯାଇଥିବାରୁ ଏହାର ବିଶେଷ ପ୍ରଭାବ ମୌସୁମୀ ଉପରେ ପଡ଼ିବ ନାହିଁ । ଏଣୁ ମୌସୁମୀରେ ବିଶେଷ ବିଳମ୍ବ ହେବାର ଆଶଙ୍କା କମ । ତେବେ ମୌସୁମୀ ଉପରେ ଏଲ-ନିନୋର ପ୍ରଭାବ ପଡ଼ିବା ଆଶଙ୍କା କରାଯାଉଛି ।

Breaking News