ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ରାଜନୈତିକ ପାର୍ଟି ମଧ୍ୟରେ ଉତ୍ତେଜନା ଦେଖା ଦେଇଛି। ଇମ୍ରାନଙ୍କ ଜାମିନ ବିରୋଧରେ ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ ର ସମର୍ଥକମାନେ ସୁପ୍ରିମ୍ କୋର୍ଟରେ ପହଞ୍ଚି ଘେରାଉ କରିଛନ୍ତି । ବିକ୍ଷୋଭକାରୀଙ୍କ ମଧ୍ୟରେ ପିଡିଏମର ଅଂଶ ଜମିୟତ ଉଲେମା-ଏ-ଇସଲାମ ଫଜଲର ସମର୍ଥକ ଅଛନ୍ତି । ଇମ୍ରାନଙ୍କୁ ଜାମିନ ମିଳିବା ପରେ ପାକିସ୍ତାନ ସରକାର ଓ ମୁଖ୍ୟ ବିଚାରପତିଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି। ସରକାର ପାକିସ୍ତାନ ମୁଖ୍ୟ ବିଚାରପତିଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଦେଖିବାକୁ ଗଲେ ଇମ୍ରାନ ଖାନଙ୍କ ସ୍ତ୍ରୀ ବୁଶରା ବିବିଙ୍କୁ ଲାହୋର ହାଇକୋର୍ଟ ମଇ ୨୩ ତାରିଖ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିଛନ୍ତି। ପାକିସ୍ତାନ ସଂସଦରେ ଇମ୍ରାନ ଖାନଙ୍କୁ ଫାଶୀ ଦେବା ପାଇଁ ଦାବି କରାଯାଉଛି। ନାସନାଲ ଆସେମ୍ବଲିରେ ବିରୋଧୀ ଦଳର ନେତା ରାଜା ରିୟାଜ ଅହମ୍ମଦ କହିଛନ୍ତି, ‘ ଇମ୍ରାନ ଖାନଙ୍କୁ ସମସ୍ତଙ୍କ ସମ୍ମୁଖରେ ଫାଶୀ ଦିଆଯିବା ଉଚିତ। କିନ୍ତୁ ଅଦାଲତ ତାଙ୍କୁ ଏପରି ସ୍ବାଗତ କରୁଛନ୍ତି, ଯେମିତି କି ଇମ୍ରାନ ହେଉଛନ୍ତି ତାଙ୍କ ଜ୍ବାଇଁ।’






More Stories
ରାଜନାଥ ସିଂହଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ…..
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..