ରିପୋର୍ଟ କାର୍ଡ / କଟକ
କଟକ ବଡ଼ଡାକ୍ତରଖାନାରେ ଖୋଲିବ ରାଜ୍ୟର ପ୍ରଥମ ବୋନ୍ ବ୍ୟାଙ୍କ। ଏଥିପାଇଁ ଅସ୍ଥିଶଲ୍ୟ ବିଭାଗରେ ସମସ୍ତ ପ୍ରସ୍ତୁତି ସରିଛି। ଅନ୍ୟପଟେ ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତି ସରିଥିବାବେଳେ ମେସିନ୍ ପାଇଁ ଟେଣ୍ଡର ଡକାଯାଇଛି। ଯାହାକି ଆସନ୍ତା ୨୯ତାରିଖରେ ଖୋଲାଯିବ। ବର୍ତ୍ତମାନ ସମୟରେ ଦୁର୍ଘଟଣା ହେଉ ବା ଅନ୍ୟ କିଛି କାରଣ ପାଇଁ ହାଡ଼ ନଷ୍ଟ ହେଉଥିଲା। ଏପରିକି କୌଶସି ଅସ୍ତ୍ରୋପଚାର ସମୟରେ ହାଡ଼କୁ କାଟି ଫିଙ୍ଗି ଦିଆଯାଉଥିଲା। କିନ୍ତୁ ବୋନ୍ ବ୍ୟାଙ୍କ ସ୍ଥାପନ ହେଲେ ହାଡ଼ ନଷ୍ଟ ହେବନି। ଏହାକୁ ସଂରକ୍ଷିତ କରି ରଖାଯାଇପାରିବ। ଯାହାକି ପରବର୍ତ୍ତୀ ସମୟରେ ଅନ୍ୟ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯିବ। ବୋନ୍ ବ୍ୟାଙ୍କ ପ୍ରତିଷ୍ଠା କରାଯାଇ ହାଡ ପ୍ରତିରୋପଣ ଆରମ୍ଭ ନିମନ୍ତେ ଏସ୍ସିବି କର୍ତ୍ତୃପକ୍ଷ ପ୍ରସ୍ତୁତ ହେଉଛନ୍ତି। ଅସ୍ଥିଶଲ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ରଙ୍କ କହିବା ଅନୁସାରେ, ବୋନ୍ ବ୍ୟାଙ୍କ ବ୍ୟବସ୍ଥା ସମ୍ପ୍ରତି ଓଡ଼ିଶାରେ ଉପଲବ୍ଧ ନାହିଁ। ଖୁବଶୀଘ୍ର ଏସ୍ସିବିରେ ବୋନ ବ୍ୟାଙ୍କ ଖୋଲାଯିବା ପାଇଁ ଉଦ୍ୟମ କରାଯାଉଛି। ବୋନ ବ୍ୟାଙ୍କରେ ହାଡ ଅସୀମିତ ସମୟ ପାଇଁ ମହଜୁଦ ରହି ପାରିବ। ଏବେ ବୋନ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ଅସ୍ଥିଶଲ୍ୟ ବିଭାଗରେ ଏକ ଗୃହକୁ ପ୍ରସ୍ତୁତ କରାଯାଉଛି।






More Stories
ରାଜନାଥ ସିଂହଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ…..
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..