ରିପୋର୍ଟ କାର୍ଡ / ଜୟପୁର
ରାଜ୍ୟ ସରକାରଙ୍କର ଏକ ବସ ଉପରକୁ ଗୁଳିମାଡ ହୋଇଛି । କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନାଠୁ ମାତ୍ର ୧୦୦ ମିଟର ଦୂରରେ ଏହି ଗୁଳିମାଡ ହୋଇଥିବା ସୂଚନା ମିଳିଛି । ବାଲିମେଳାଠାରୁ ବ୍ରହ୍ମପୁର ଯିବା ବେଳେ ଏପରି ଅଚାନକ ଆକ୍ରମଣ କରାଯାଇଛି । ତେବେ ହଠାତ୍ ଏପରି ଏକ ଗୁଳିମାଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । କିଏ ଏବଂ କାହିଁକି ଗୁଳିମାଡ କରିଛି ତାହା ଏଯାଏଁ ଜଣା ପଡିନଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।






More Stories
ଘରୋଇ ବସ୍ ମାଲିକ ସଂଘର ଚେତାବନୀ…..
ପ୍ରେମ ପାଇଁ ଥାର ଚଢ଼ାଇ ହତ୍ୟା…..
ଆୟୁଷ୍ମାନ କାର୍ଡକୁ ନେଇ ବଡ଼ ସୂଚନା……