Report Card Odisha

| Daily Odia News

ଆଜି ସାବିତ୍ରୀ ବ୍ରତ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆଜି ସାବିତ୍ରୀ ବ୍ରତ | ସଧବା ହିନ୍ଦୁ ନାରୀଙ୍କ ଲାଗି ସବୁଠାରୁ ବଡ଼ ପର୍ବ | ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । ଭାରତ ବର୍ଷରେ ସାବିତ୍ରୀ ବ୍ରତକୁ ଓଡିଶା,ବିହାର, ଉତ୍ତରପ୍ରଦେଶ ଏବଂ ନେପାଳର ସଧବା ମହିଳା ମାନେ ମାନିଥାନ୍ତି | ସଧବା ମହିଳାମାନେ ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି | ଆଜି ରାଜ୍ୟର ସବୁଠି ସଧବା ମହିଳାମାନେ ମହାସତୀ ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ ପୂଜାର୍ଚ୍ଚନା କରୁଛନ୍ତି। କେହି କେହି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରୁଛନ୍ତି ତ ପୁଣି ଅନ୍ୟମାନେ ଘରକୁ ପୂଜକଙ୍କୁ ଡକାଇ ପୂଜା କରୁଛନ୍ତି। ସିନ୍ଦୂର, ହାତରେ ନୂଆ ଚୁଡ଼ି, ରଙ୍ଗ ବେରଙ୍ଗ ଶାଢିରେ ସଜେଇ ହୋଇ ସଧବା ମହିଳା ମନ୍ଦିରରେ ପୂଜା କରୁଛନ୍ତି | ପୌରାଣ ଅନୁସାରେ ଏହିଦିନ ଦେବୀ ସାବିତ୍ରୀ ନିଜ ସ୍ୱାମୀ ସତ୍ୟବାନ ଙ୍କ ଜୀବନ କୁ ଯମରାଜା ଙ୍କ ନିକଟରୁ ଛଡାଇ ଆଣିଥିଲେ । ତେଣୁ ଏହିଦିନ ପ୍ରାୟ ସମସ୍ତ ହିନ୍ଦୁ ନାରୀ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ଓ ମଙ୍ଗଳ ମନାସୀ ବ୍ରତ ପାଳନ କରି ଥାଆନ୍ତି । ଜ୍ୟେଷ୍ଠ ଅମାବାସ୍ୟାରେ ସାବିତ୍ରୀବ୍ରତ ପାଳନ କରିଥାନ୍ତି | ଆଜିର ଦିନଟି ସାବିତ୍ରୀ ଅମାବାସ୍ୟା ସହିତ ଶନି ଦେବଙ୍କ ଜୟନ୍ତୀ ହୋଇଥିବା କାରଣରୁ ବରଗଛ ଗଛକୁ ପୂଜା କରିବା ଖୁବ ଶୁଭ ହୋଇଥାଏ ।

Breaking News