ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି ।ଏକ ନମ୍ବର ହାଟ ନିକଟରେ ଥିବା ଏସ୍ବିଆଇ ଏଟିଏମ୍ ଆଗରେ ଏହି ହତ୍ୟାକାଣ୍ଡ ଘଟିଛି । କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବୁଧବାର ଭୋର ସମୟରେ ସୁଶାନ୍ତ ନାୟକ ନାମକ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣିଛନ୍ତି ଦୁର୍ବୃତ୍ତ । ସୁଶାନ୍ତ ବାଇକ୍ରେ ଆସୁଥିବା ସମୟରେ ପଛପଟୁ ଆସିବ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ଯାହାଫଳରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା । ଏଟିଏମ୍ ନିକଟରେ ସୁଶାନ୍ତଙ୍କ ମୃତଦେହ ସହିତ ପାଖରେ ଏକ ହେଲ୍ମେଟ୍ ମଧ୍ୟ ପଡିରଥିବା ଦେଖିବାକୁ ମିଳିଥିଲା । ସେପଟେ ହତ୍ୟାକାଣ୍ଡ ସଂପର୍କରେ ସୂଚନା ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଆବଶ୍ୟକ ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ପୋଲିସ । ତେବେ ଏବେ ଯାଏଁ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୋଲିସର ତଦନ୍ତ ପରେ ହିଁ ପ୍ରକୃତ ସତ୍ୟାସତ ଜଣାପଡିବ |






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..