Report Card Odisha

| Daily Odia News

ଆଇଆଇସି ଗିରଫ…..

ରିପୋର୍ଟ କାର୍ଡ / ସମ୍ବଲପୁର

ଗିରଫ ହୋଇଛନ୍ତି ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଆଇଆଇସି ବୀରବର ଭଗତ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ସେ ତାଙ୍କ ଆୟ ଠାରୁ ୧୭୯% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଯାଞ୍ଚ ବେଳେ ଜଣାପଡ଼ିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସୋମବାର ଆଇଆଇସି ବୀରବର ଭଗତଙ୍କର ଚାରୋଟି ଠିକଣାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କ ନାଁରେ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଥିବା ଅନେକ ସ୍ଥାବର ଓ ଅସ୍ଥାବର ସଂପତ୍ତି ସାମ୍ନାକୁ ଆସିଥିଲା | ସମ୍ବଲପୁର ସହରର ଅଇଁଠାପାଲି ଥାନା ଅଙ୍ଗୁଳିପଡ଼ାରେ ବୀରବର ଭଗତଙ୍କର ଗୋଟିଏ ଦ୍ୱିମହଲା କୋଠା ଅଛି। ଏହାର ମୂଲ୍ୟ ୭୭ ଲକ୍ଷ ଟଙ୍କା। ସମ୍ବଲପୁରର କବରପଲି ମୌଜାରେ ତାଙ୍କର ଗୋଟିଏ ଫାର୍ମ ହାଉସ ରହିଛି। ଏହି ଫାର୍ମ ହାଉସର ମୂଲ୍ୟ ୨୧ ଲକ୍ଷ ଟଙ୍କା।

Breaking News