ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମେ’ ୨୮ ତାରିଖରେ ନୂଆ ସଂସଦ ଭବନକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦ ଭବନକୁ ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତି ଉଦ୍ଘାଟନ କରିବା ଉଚିତ ବୋଲି କଂଗ୍ରେସ କହୁଥିବା ବେଳେ ଅନେକ ବିରୋଧୀ ଦଳ ମଧ୍ୟରେ ସ୍ୱର ମିଳାଇଛନ୍ତି। ତୃଣମୂଳ କଂଗ୍ରେସ ମଧ୍ୟ ତା’ର ବିରୋଧ ଜାହିର କରିଛି। ନୂଆ ସଂସଦ ଭବନର ଉଦ୍ଘାଟନ ଉତ୍ସବକୁ ଦଳ ବୟକଟ କରିଛି। ଅର୍ଥାତ୍ ଉଦ୍ଘାଟନ ଉତ୍ସବରେ ଦଳର କୌଣସି ସାଂସଦ ଉପସ୍ଥିତ ରହିବେ ନାହିଁ। ମଙ୍ଗଳବାର ଦଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଏହାର ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଏନ। ଏହି ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ ନୂଆ ସଂସଦ ଭବନର ଉଦ୍ଘାଟନ ଉତ୍ସବ ହେଉଛି କେବଳ ‘ମୁଁ, ମୋତେ ଓ ମୋର ସମାହାର’। ଡେରେକ କହିଛନ୍ତି, ସଂସଦ ଭବନ କେବଳ ଏକ କୋଠା ନୁହେଁ। ଏହା ଏକ ଅନୁଷ୍ଠାନ, ଯାହାର ଖୁବ୍ ପୁରୁଣା ପରମ୍ପରା, ମୂଲ୍ୟବୋଧ ଓ ନିୟମ ରହିଛି। ଏହା ଭାରତୀୟ ଗଣତନ୍ତ୍ରର ଆଧାର। ପ୍ରଧାନମନ୍ତ୍ରୀ ତାହା ବୁଝନ୍ତି ନାହିଁ। ସେହିପରି ଆମ୍ ଆଦମୀ ପାର୍ଟି ମଧ୍ୟ ଏହି କାର୍ଯ୍ୟକ୍ରମକୁ ବୟକଟ କରିଛି। ଦଳ ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି। ସିପିଆଇ ସାଧାରଣ ସମ୍ପାଦକ ଡି ରାଜା କହିଛନ୍ତି ଯେ ତାଙ୍କ ଦଳ ବି ଏହି କାର୍ଯ୍ୟକ୍ରମରେ ସାମିଲ ହେବ ନାହିଁ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..