ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ କିସ୍ତବାଡ଼ ଅଞ୍ଚଳରେ ଗୋଟାଏ ଗାଡ଼ି ଗଭୀର ଖାଇ ଭିତରକୁ ଗଡ଼ିପଡ଼ିବାରୁ ଅନ୍ୟୂନ ୭ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ସଂଗୃହୀତ ସୂଚନା ଅନୁସାରେ,ଦଙ୍ଗଦୁରୁ ଜଳଭଣ୍ଡାର ପ୍ରକଳ୍ପର ୧୦ଜଣ ଶ୍ରମଜୀବୀଙ୍କୁ ନେଇ ଯାଉଥିବା ବେଳେ ଉକ୍ତ ଗାଡ଼ିଟି ଦଙ୍ଗଦୁରୁ ଜଳଭଣ୍ଡାର କ୍ଷେତ୍ର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଉପତ୍ୟକା ଉପରେ ଗାଡ଼ିଟି ଭାରସାମ୍ୟ ରକ୍ଷା କରି ନ ପାରି ଗଡ଼ିଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଦୁର୍ଘଟଣା ସମ୍ବାଦକୁ ସୁନିଶ୍ଚିତ କରି କିସ୍ତବାଡ଼ ପୋଲିସ କହିଛି, ଗୋଟାଏ କ୍ରସର୍ ଗାଡ଼ି ଉପତ୍ୟକା ଉପରୁ ଗଡ଼ିପଡ଼ିଛି। ଆହତମାନଙ୍କୁ ଡାକ୍ତରଖାନକୁ ନିଆଯାଇଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..