ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦର ନୂଆ ଭବନ କୁ କିଏ ଉଦଘାଟନ କରିବ ତାକୁ ନେଇ ବିରୋଧୀଙ୍କ ବିବାଦ ଉପରେ ପଡିଛି ପୂର୍ଣ୍ଣଛେଦ | ଏଥିରେ ଦଖଲ ଦେବାକୁ ମନା କରି ଦେଇଛନ୍ତି ସୁପ୍ରିମ କୋର୍ଟ । ଏହା ନ୍ୟାୟାଳୟରେ ଶୁଣାଣି ବିଷୟ ନୁହେଁ ବୋଲି ବିଚାରପତି କହିବା ସହ ଜନସ୍ୱାର୍ଥ ମାମଲା ଦାଏର କରିଥିବା ଆଇନଜୀବୀଙ୍କ ଉପରେ ବର୍ଷିବାକୁ ପଛାଇ ନାହାନ୍ତି। ଏହି ମାମଲାର ଶୁଣାଣି ଉପରେ ସମଗ୍ର ଦେଶବାସୀଙ୍କ ନଜର ଥିବା ବେଳେ ଆଜି ଜଷ୍ଟିସ ଜେଜେ ମହେଶ୍ୱରୀ ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଆସନ୍ତା ରବିବାର ପ୍ରଧାନମନ୍ତ୍ରୀ ସଂସଦ ଭବନର ଉଦ୍ଘାଟନ କରିବେ ବୋଲି ସ୍ପଷ୍ଟ ହୋଇ ଯାଇଛି। ସୁପ୍ରିମକୋର୍ଟ ଆଇନଜୀବୀ ସିଆର ଜୟା ସୁକିନ ଏହି ମାମଲାର ଶୁଣାଣି ନିମନ୍ତେ ଏକ ପିଆଇଏଲ ଦାଖଲ କରିଥିଲେ । ସଂସଦ ଭବନ ର ଉଦଘାଟନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କୁ ସାମିଲ ନ କରି କେନ୍ଦ୍ର ସରକାର ଭାରତର ସମ୍ବିଧାନରେ ଥିବା ନିୟମକୁ ଉଲ୍ଲଙ୍ଘନ କରିଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ତେଣୁ ରାଷ୍ଟ୍ରପତି ସଂସଦର ନୂଆ ବିଲଡିଂ ଉଦଘାଟନ କରିବା ନିମନ୍ତେ ସୁପ୍ରିମକୋର୍ଟ ଲୋକସଭା ସଚିବାଳୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରି ସେ ପିଆଇଏଲ ଦାଖଲ କରିଥିଲେ ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..