ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଖି ଓବିସି ସର୍ଭେ କାର୍ଯ୍ୟର ସମୟକୁ ବୃଦ୍ଧି କରାଯାଇଛି । ପଛୁଆ ବର୍ଗ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ସର୍ଭେକୁ ଆସନ୍ତା ମାସ ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଛୁଟିଦିନ ସହିତ ପ୍ରତ୍ୟେକ ଦିନ ଏନୁମରେଟରମାନେ ଘରକୁ ଘର ବୁଲି ପଛୁଆ ବର୍ଗ ଲୋକଙ୍କର ତଥ୍ୟ ସଂଗ୍ରହ କରିବେ । ଅନ୍ୟପକ୍ଷରେ ଯେଉଁମାନେ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ତଥ୍ୟ ପ୍ରଦାନ କରିନାହାନ୍ତି ସେମାନେ ନିଜର ନିଜର ପରିବାର ସଦସ୍ୟଙ୍କ ତଥ୍ୟ ପ୍ରଦାନ କରିବା ପାଇଁ ଆୟୋଗଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ତେବେ ସର୍ଭେ କେନ୍ଦ୍ରକୁ ଯିବା ସମୟରେ ଜନସାଧାରଣଙ୍କୁ ସାଙ୍ଗରେ ରାଶନ କାର୍ଡ, ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ପାନ କାର୍ଡ, ପାସପୋର୍ଟ ମଧ୍ୟରୁ କୌଣସି ଗୋଟିଏ ପରିଚୟ ନେବାକୁ ପଡ଼ିବ । ଯେଉଁମାନଙ୍କର ପରିଚୟ ପତ୍ର ନଥିବ ସେମାନେ ମଧ୍ୟ ନିଜର ତଥ୍ୟ ପ୍ରଦାନ କରିପାରିବେ । ଉଲ୍ଲେଖ ଯୋଗ୍ୟ- ଚଳିତ ମାସ ୧ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଛି ଓବିସି ସର୍ଭେ । ଏହା ୨୦ରେ ସରିବ ଓ ଏହାପରେ ୨୦ରୁ ୨୭ ପର୍ଯ୍ୟନ୍ତ ସ୍ପେଶାଲ ଡ୍ରାଇଭ ଚାଲିବ ବୋଲି ପୂର୍ବରୁ କୁହାଯାଇଥିଲା । ଗ୍ରୀଷ୍ମ ପ୍ରବାହ ଦେଖି ସର୍ଭେ ସମୟ ବୃଦ୍ଧି କରାଯାଇଛି | ରାଜ୍ୟର ୩୦ଟି ଜିଲ୍ଲାର ମୋଟ ୩୧୪ଟି ବ୍ଲକ, ୧୧୪ଟି ନଗର ନିଗମରେ ଏହି ସର୍ଭେ କାର୍ଯ୍ୟ ଚାଲିଛି । ଗାଁ ଓ ସହରମାନଙ୍କରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ, ସରକାରୀ ଅଧିକାରୀ ଓ ପ୍ରାଥମିକ ଶିକ୍ଷକଙ୍କୁ ଏହି କାର୍ଯ୍ୟରେ ନିଯୁକ୍ତ କରାଯାଇଛି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..