ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅର୍ଥ ହେରଫେର ମାମଲାରେ ଗିରଫ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମିଳିଛି | ସୁପ୍ରିମକୋର୍ଟ ସ୍ୱାସ୍ଥ୍ୟଗତ ଆଧାରରେ ଶୁକ୍ରବାର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ଜେ.କେ. ମାହେଶ୍ୱରୀ ଓ ପି.ଏସ. ନରସିମ୍ହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଜୈନଙ୍କୁ ନିଜ ପସନ୍ଦର ହସ୍ପିଟାଲରେ ଚିକିତ୍ସିତ ହେବାକୁ ଅନୁମତି ଦେଇଛନ୍ତି। ଜୁଲାଇ ୧୦ ସୁଦ୍ଧା ଚିକିତ୍ସା ସମ୍ପର୍କିତ ସମସ୍ତ ଦସ୍ତାବିଜ ଦାଖଲ କରିବାକୁ କୋର୍ଟ କହିଛନ୍ତି। ତେବେ ଜାମିନରେ ଥିବା ସମୟରେ ଗଣମାଧ୍ୟମକୁ କୌଣସି ମନ୍ତବ୍ୟ ଦେବା ପାଇଁ କୋର୍ଟ ତାଙ୍କୁ ବାରଣ କରିଛନ୍ତି। ଶ୍ରୀ ଜୈନ ଏବେ ମେରୁଦଣ୍ଡ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….