ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ରାଜଧାନୀ ନୂଆ ଦିଲ୍ଲୀର ଗୋଟିଏ ପଟେ ଗତକାଲି ବେଶ ଧୂମଧାମରେ ନୂଆ ସଂସଦ ଭବନର ଉଦଘାଟନ ଚାଲିଥିବା ବେଳେ ଅନ୍ୟପଟେ ଭାରତ ପାଇଁ ପଦକ ଜିତିଥିବା ଷ୍ଟାର ରେସଲର ମାନଙ୍କୁ ଉଠାଇ ନେଇଥିଲା ପୋଲିସ । ଦେଶ ପାଇଁ ପଦକ ଜିତିଥିବା ଭିନେଶ ଫୋଗଟ, ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆଙ୍କୁ ଦିନେ ଦେଶର ଗର୍ବ, ଗୌରବ କୁହାଯାଉଥିବା ବେଳେ ଏବେ ସେମାନଙ୍କ ସହ ପଶୁ ପରି ଆଚରଣ କରାଯାଉଛି । ମାତ୍ର ଏହା ବିରୋଧରେ କେହି ପାଟି ଫିଟାଇବାକୁ ସାହସ କରି ପାରୁ ନାହାନ୍ତି। ଦେଶର ଆଗ ଧାଡ଼ିର ନେତା, ଅଭିନେତା ସବୁ ନୂଆ ସଂସଦ ଭବନର ଫଟୋ ଟ୍ୱିଟ କରୁଥିବା ବେଳେ ଏହି ପ୍ରସଙ୍ଗକୁ ନେଇ କାହିଁକି ନୀରବତା ଅବଲମ୍ବନ କରୁଛନ୍ତି ବୋଲି ପଚାରିଛନ୍ତି ଏନସିପି ନେତା ଶରଦ ପାୱାର ଓ ତାଙ୍କ ଝିଅ ତଥା ଏମପି ସୁପ୍ରିୟା ସୁଲେ। ଏହି ଘଟଣାରେ କେନ୍ଦ୍ର ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ସୁପରଷ୍ଟାର ଶାହରୁଖ ଖାନ ଓ ଅକ୍ଷୟ କୁମାରଙ୍କୁ ଟାର୍ଗେଟ କରିଛନ୍ତି ଦଳର ଜାତୀୟ ପ୍ରବକ୍ତା କ୍ଲାଇଡ କ୍ରାଷ୍ଟୋ । ଦୀର୍ଘ ଦିନ ହେଲା ରାଜରାସ୍ତାରେ ବସି ନ୍ୟାୟ ମାଗୁଥିବା ଦେଶର ରେସଲର ମାନଙ୍କୁ ଦିଲ୍ଲୀ ପୋଲିସ ଅତି ଅମାନବୀୟ ଭାବେ ଗତକାଲି ଉଠାଇ ନେଇଥିବା ବେଳେ ଏହା ଅତି ଯନ୍ତ୍ରଣାଦାୟକ ବୋଲି କହିଛନ୍ତି ଏନସିପି ନେତା ଶରଦ ପାୱାର। ଆମ ଦେଶର ଆଥଲେଟଙ୍କ ପ୍ରତି ଦିଲ୍ଲୀ ପୋଲିସର ଏପରି ଅମାନବୀୟ ଆଚରଣକୁ ଏନସିପି ନେତା ଶରଦ ପାୱାର ତୀବ୍ର ନିନ୍ଦା କରିବା ସହ ଏହା ଆମର ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସମ୍ମାନ ପ୍ରତି କୁଠାରଘାଠ ବୋଲି ସେ କହିଛନ୍ତି । ଏଥିସହ ଦିଲ୍ଲୀ ପୋଲିସର ଏପରି ବର୍ବର କାଣ୍ଡ ପାଇଁ ଖୁବ୍ ଲଜ୍ଜିତ ଅନୁଭବ କରୁଥିବା ଟ୍ୱିଟ କରିଛନ୍ତି । ରେସଲରଙ୍କୁ ପଶୁ ପରି ପିଟିବାକୁ ଉଠାଇ ନେବାକୁ କ’ଣ କେନ୍ଦ୍ର ଗୃହ ମନ୍ତ୍ରୀ ଅନୁମତି ଦେଇଥିଲେ । କେନ୍ଦ୍ର ସରକାର ଏହାର ସ୍ପଷ୍ଟୀକରଣ ଦେବା ଉଚିତ ବୋଲି କହି ବର୍ଷିଛନ୍ତି ସୁପ୍ରିୟା ସୁଲେ । ଅଲମ୍ପିକ ବିଜେତାଙ୍କ ପ୍ରତି ଏପରି ବ୍ୟବହାର ତାଙ୍କୁ ଶକ୍ତ ଧକ୍କା ଦେଇଥିବା ସେ ଟ୍ୱିଟ କରିଛନ୍ତି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..