Report Card Odisha

| Daily Odia News

ଫୋନ୍ ପେ ରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବିଦ୍ୟୁତ୍ ବିଭାଗର କର୍ମଚାରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଫୋନ୍ ପେ ରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଜଣ ସରକାରୀ ବାବୁ ଓ ବାବୁଆଣୀ । ଉଭୟଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି । ଯାହା ଓଡିଶାର ପ୍ରଥମ ଘଟଣା ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ଜଣେ ବ୍ୟକ୍ତି ନିଜ ନୂଆ ବାସଭବନକୁ ବିଦ୍ୟୁତ୍ ସଂଯୋଗ ନେବା ପାଇଁ ନୂଆପଲ୍ଲୀ ସ୍ଥିତି ବିଦ୍ୟୁତ୍ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବିଦ୍ୟୁତ୍ ବିଭାଗର କର୍ମଚାରୀ ଶୈଳଯା ମୁଦୁଲି ଏବଂ ତରୁଣ ରଞ୍ଜନ ନାୟକ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । କେବଳ ସେତିକି ନୁହେଁ ଫେନ୍ ପେ ବା ଡିଜିଟାଲ ମାଧ୍ୟମରେ ଲାଞ୍ଚ ଟଙ୍କା ଦେବାକୁ କହିଥିଲେ । କିଛି ଉପାୟ ନ ପାଇ ବ୍ୟକ୍ତି ଜଣଙ୍କ ଫୋନ୍ ପେ ମାଧ୍ୟମରେ ଲାଞ୍ଚ ଟଙ୍କା ପାଠାଇଥିଲେ ମଧ୍ୟ ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ସାହାଯ୍ୟ ମାଗିଥିଲେ । ଲାଞ୍ଚ ଟଙ୍କା ପଠାଇବା ପରେ ଭିଜିଲାନ୍ସ ଅଧିକାରୀ ସଂମ୍ପୃକ୍ତ ଦୁଇ ଜଣଙ୍କ ଉପରେ ଚଢଉ କରିଥିଲେ । ଛାନ୍‌ଭିନ୍ କରିବା ପରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା । ସେମାନଙ୍କୁ ଟଙ୍କା ଟ୍ରାନ୍ସପର ହୋଇଥିବା ନେଇ ସ୍ପଷ୍ଟ ହୋଇଥିଲା । ସେମାନେ ପୂର୍ବରୁ ଏଭଳି ଅନେକ ଲୋକଙ୍କ ଠାରୁ ଲାଞ୍ଚ ନେଇଥିବା ସ୍ପଷ୍ଟ ହୋଇଛି ।

Breaking News