ରିପୋର୍ଟ କାର୍ଡ / ମୁମ୍ବାଇ
ଭେଟରାନ ଆକ୍ଟର ନସିରୁଦ୍ଦିନ ଶାହଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ଦେଉଥିବା ବୟାନ ପାଇଁ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ଏକ ସାକ୍ଷାତକାରରେ ଅଭିନେତା ନସିରୁଦ୍ଦିନ ଦେଇଥିବା ବୟାନ ଚର୍ଚ୍ଚାରେ ରହିବା ସହିତ ବିବାଦୀୟ ରହିଛି। ନସିରୁଦ୍ଦିନ ନର୍ବାଚନ ଆୟୋଗ ଓ ମୋଦୀ ସରକାରଙ୍କୁ ଆକ୍ଷେପ କରି କହିଛନ୍ତି, ‘ଅନସ୍କ୍ରିନ ଯାହା ଦେଖା ଯାଉଛି ତାହା ବାସ୍ତବରେ ଘଟୁଛି। ଭୋଟ ପାଇବା ପାଇଁ ଇସଲାମାଫୋବିଆର ବ୍ୟବହାର କରାଯାଉଛି। ଅଶିକ୍ଷତ ଲୋକଙ୍କ କଥା ପଛରେ ଥାଉ, ପାଠପଢ଼ା ଲୋକ ବି ମୁସଲମାନଙ୍କୁ ଘୃଣା କରୁଛନ୍ତି। ଏମିତି କରିବା ପାଇଁ ଏଜେଣ୍ଡା ବିସ୍ତାର କରାଯାଉଛି। ଆମ ଦେଶ ଏକ ଧର୍ମ ନିରପେକ୍ଷ ଦେଶ ଓ ଏଠାରେ ଲୋକତନ୍ତ୍ର ଶାସନ ଚାଲିଥାଏ। କିନ୍ତୁ ମୁଁ ଦେଖୁଛି ଏବେ ପ୍ରତି କ୍ଷେତ୍ରରେ ଧର୍ମର ପରିଚୟ ଦେବାକୁ ପଡ଼ୁଛି। ରାଜନୈତିକ ପାର୍ଟି ନିର୍ବାଚନୀ ରାଲିରେ ଖୋଲାଖୋଲି ଭାବେ ଧର୍ମ ନାମରେ ଭୋଟ ମାଗୁଛନ୍ତି। ହେଲେ ସର୍ବସମ୍ମୁଖରେ ଯଦି କୌଣସି ମୁସଲମାନ ନିଜ ଆହ୍ଲା ନାଁ ଧରି ଦେଉଛନ୍ତି ତାଙ୍କୁ ମାଡ଼ ମରାଯାଉଛି। ଏହା କ’ଣ ଠିକ। ସତ୍ତାରେ ଥିବା ପାର୍ଟି ବହୁ ସହଜରେ ଲୋକଙ୍କ ମନରେ ଏସବୁ ଚିନ୍ତାଧାରକୁ ଭରି ଦେଉଛନ୍ତି। ଯେଉଁ ନେତା ଭୋଟ ପାଇବା ପାଇଁ ଧର୍ମର ବ୍ୟବହାର କରୁଛନ୍ତି, ସେମାନଙ୍କ ପ୍ରତି ନିର୍ବାଚନ ଆୟୋଗ ମୁଖ ଦର୍ଶକ ପାଲଟି ଯାଇଛି। ଆଶା କରୁଛି ଏସବୁକୁ ଖୁବଶୀଘ୍ର ଶେଷ କରାଯାଉ। ଯାହା ସମସ୍ତଙ୍କ ପାଇଁ ଭଲ ହେବ।’






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….