ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୩ ଆର୍ଥିକ ବର୍ଷରେ ସକଳ ଘରୋଇ ଉତ୍ପାଦନ(ଜିଡିପି) ଅଭିବୃଦ୍ଧି ହାର ଗତବର୍ଷ ଅପେକ୍ଷା ହ୍ରାସ ପାଇ ୭.୨ ପ୍ରତିଶତ ହୋଇଛି । ୨୦୨୨ ଆର୍ଥିକ ବର୍ଷରେ ଏହି ହାର ୯.୧ ପ୍ରତିଶତ ଥିଲା। ଜାନୁଆରୀରୁ ମାର୍ଚ୍ଚ ତ୍ରୟମାସିକରେ ଜିଡିପି ଅଭିବୃଦ୍ଧି ୬.୧ ପ୍ରତିଶତରେ ପହଞ୍ଚିଛି । ଏହା ଆକଳନ ଠାରୁ ଅଧିକ। ଗତବର୍ଷ ସମାନ ଚତୁର୍ଥ ତ୍ରୟମାସିକ ଅବଧିରେ ମାତ୍ର ୪ ପ୍ରତିଶତ ଅଭିବୃଦ୍ଧି ହୋଇଥିବା ବେଳେ ଗତ ତ୍ରୟମାସିକରେ ଅର୍ଥାତ୍ ଡିସେମ୍ବରରେ ୪.୪ ପ୍ରତିଶତ ଅଭିବୃଦ୍ଧି ରହିଥିଲା। ଗତବର୍ଷ ସେପ୍ଟେମ୍ବରରେ ୬.୩ ଅଭିବୃଦ୍ଧି ହୋଇଥିଲା। ଗ୍ରସ୍ ଭାଲ୍ୟୁ ଆଡେଡ୍ (ଜିଭିଏ )ଆର୍ଥିକ ବର୍ଷ ୨୦୨୩ରେ ୮.୮ ପ୍ରତିଶତରୁ ଖସି ୭ ପ୍ରତିଶତ ହୋଇଛି। ଚଳିତ ତ୍ରୟମାସିକରେ ଜିଭିଏ ୬.୫ ପ୍ରତିଶତ ରହିଛି। ଗତବର୍ଷ ସମାନ ତ୍ରୟମାସିକରେ ଜିଭିଏ ୩.୯ ପ୍ରତିଶତ ରହିଥିଲା।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..