ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜୁନ୍ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର । କମିଲା ଏଲପିଜି ସିଲିଣ୍ଡର ଦାମ୍। ତେବେ ଘରୋଇ ଗ୍ୟାସ୍ ସିଲିଣ୍ଡର ନୁହେଁ, କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ ଖସିଛି। ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ ୮୩ ଟଙ୍କା କମିଛି। ଗତ ମାସ ୧ ତାରିଖରେ କମର୍ସିଆଲ ସିଲିଣ୍ଡର ଦାମ ୧୮୫୬.୫୦ ଟଙ୍କା ଥିଲା। ଜୁନ୍ରେ ୮୩ ଟଙ୍କା କମିବା ପରେ ଏହାର ମୂଲ୍ୟ ୧୭୭୩ ଟଙ୍କା ହୋଇଛି। ବିହାର ରାଜଧାନୀ ପାଟଣାରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୮୩ ଟଙ୍କା କମିବା ପରେ ୨୦୨୧.୫ ରହିଛି। ଲକ୍ଷ୍ନୌରେ ଏହାର ମୂଲ୍ୟ ୧୯୦୯ ଟଙ୍କା, ଅମୃତସରରେ ୧୮୯୫.୫, ଡେରାଡୁନରେ ୧୮୩୯.୫, ଜୟପୁରରେ ୧୮୧୮.୫ ଓ ରାଞ୍ଚିରେ ୧୯୪୯ ଟଙ୍କା ରହିଛି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..