ରିପୋର୍ଟ କାର୍ଡ / କେନ୍ଦୁଝର
ରାଜ୍ୟରେ ଦିନକୁଦିନ ଅସାଧୁ ଆଉ ଦୁର୍ନୀତି ଖୋର କର୍ମଚାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ପ୍ରତେକ ଦିନ ଭିଜିଲାନ୍ସ ହାତରେ ଧାରାପଡୁଛନ୍ତି ସରକାରୀ କର୍ମଚାରୀ | ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଘଟଗାଁ ତହସିଲ୍ ଅଫିସର କନିଷ୍ଠ ରାଜସ୍ବ ସହାୟକ ଦେବାଶିଷ ପଣ୍ଡା। ସୂଚନା ଅନୁଯାୟୀ, ବିଭାଜନ ପଟ୍ଟା ପ୍ରଦାନ ପାଇଁ ଘଟଗାଁ ତହସିଲ୍ ଅଫିସର କନିଷ୍ଠ ରାଜସ୍ବ ସହାୟକ(ଜେଆରଏ) ଦେବାଶିଷ ପଣ୍ଡା ଜଣେ ଅଭିଯୋଗକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ କେନ୍ଦୁଝର ଭିଜିଲାନ୍ସ ଅଫିସର ଦ୍ବାରସ୍ଥ ହୋଇଥିଲେ। ତାପରେ ଯୋଜନା ମୁତାବକ ଆଜି ସକାଳ ପ୍ରାୟ ୧୦ଟା ବେଳେ ଘଟଗାଁ ତହସିଲ୍ ଅଫିସ ସମ୍ମୁଖରେ ଶ୍ରୀ ପଣ୍ଡା ଅଭିଯୋଗକାରୀଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିବସିଥିଲା। ଅଭିଯୁକ୍ତ ଶ୍ରୀ ପଣ୍ଡାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାପରେ ଶ୍ରୀ ପଣ୍ଡାର ୩ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢଉ ଚାଲିଛି। ଏନେଇ ବାଲେଶ୍ବର ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇଛି। ଭିଜିଲାନ୍ସ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଏଭଳି ଲାଞ୍ଚ ମାମଲା ଥମିବାର ନାମ ନେଉନାହିଁ।






More Stories
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..