ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଇ ଡ୍ରପ ପକାଇ ଆଖି ଭଲ ହେବା ପରିବର୍ତ୍ତେ ଅଧିକ ସଂକ୍ରମଣ ହେଉଛି। ଫଳରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୋଗୀ । ଭାରତୀୟ ଆଇ ଡ୍ରପ ବିରୋଧରେ ଏପରି ସାଂଘାତିକ ଅଭିଯୋଗ ଆଣିଛି ଶ୍ରୀଲଙ୍କା । ଭାରତୀୟ ଆଇ ଡ୍ରପ ପକାଇ ଶ୍ରୀଲଙ୍କାର ୩୫ ରୋଗୀଙ୍କ ସଂକ୍ରମଣ ବଢ଼ି ଯାଇଥିବା ଅଭିଯୋଗ ହେଉଛି। ଭାରତ ଏହି ଘଟଣାକୁ ଗୁରୁତର ସହ ନେଇ ଏହାର ଯାଞ୍ଚ ଆରମ୍ଭ କରି ଦେଇଛି। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଙ୍ଗଠନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୁଜରାଟର ଏକ ଫାର୍ମା କମ୍ପାନୀ ଏହି ମେଡିସିନ ଶ୍ରୀଲଙ୍କା ପଠାଇଥିଲା। ହେଲେ ଶ୍ରୀଲଙ୍କାର ଏକ ବଡ଼ ଆଇ ହସ୍ପିଟାଲରେ ୩୫ ରୋଗୀଙ୍କ ଉପରେ ଏହାକୁ ପ୍ରୟୋଗ କରା ଯାଇଥିଲା। ଏହାପରେ ସମସ୍ତଙ୍କ ଆଖିରେ ସଂକ୍ରମଣ ବଢ଼ିବା ସହ ସେମାନେ ଯନ୍ତ୍ରଣା ଅନୁଭବ କରିଛନ୍ତି |






More Stories
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..
“ଆଜି,ଭାରତ ଏକ ସ୍ଥିର ସରକାର ସହିତ ବିଶ୍ୱ ସ୍ତରରେ ପ୍ରଗତି କରୁଛି……
BCIକୁ CJIଙ୍କ ପରାମର୍ଶ…..