ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗିରଫ ହୋଇ ଜେଲ୍ରେ ଥିବା ‘ଆପ୍’ ନେତା ମନୀଷ ସିସୋଦିଆ ଆଜି ଘରେ ପହଞ୍ଚିବା ପୂର୍ବରୁ ତାଙ୍କ ଅସୁସ୍ଥ ସ୍ତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବାରୁ ସେ ତାଙ୍କୁ ଭେଟି ପାରିନାହାନ୍ତି | ଆଜି ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଅସୁସ୍ଥ ସ୍ତ୍ରୀଙ୍କୁ ଭେଟିବା ଲାଗି ଶୁକ୍ରବାର ଦିନ ଦିଲ୍ଲୀ ହାଇକୋର୍ଟ ମନୀଷ ସିସୋଦିଆଙ୍କୁ ଅନୁମତି ଦେଇଥିଲେ। କିନ୍ତୁ, ସିସୋଦିଆ ଘରେ ପହଞ୍ଚିବା ଆଗରୁ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କ ସ୍ତ୍ରୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସଂଗୃହୀତ ସୂଚନା ଅନୁସାରେ, ଆଜି ସକାଳେ ସିସୋଦିଆ ମଥୁରା ରୋଡ୍ରେ ଥିବା ତାଙ୍କ ଘରେ ପହଞ୍ଚିଥିଲେ। ଏହି ଜାମିନ ସମୟତକ ସିସୋଦିଆ ତାଙ୍କ ବାସଭବନରେ ଗୃହବନ୍ଦୀ ଭାବେ ରହିବେ। ସ୍ତ୍ରୀଙ୍କୁ ଭେଟିବା ପାଇଁ ଅନୁମତି ଦେବା ସମୟରେ ହାଇକୋର୍ଟ ସ୍ପଷ୍ଟ କରି କହିଥିଲେ ଯେ, ସିସୋଦିଆ ଗଣମାଧ୍ୟମକୁ କିଛି କହିବେ ନାହିଁ କିଂବା ପରିବାରର ସଦସ୍ୟମାନଙ୍କ ବ୍ୟତୀତ ଆଉ କାହାକୁ ଭେଟି ପାରିବେ ନାହିଁ। ସେହିପରି, ସେ ଫୋନ୍ କିଂବା ଇଣ୍ଟର୍ନେଟ୍ ବ୍ୟବହାର କରିପାରିବେ ନାହିଁ।






More Stories
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
ଆପ ଅଭିଯୋଗକୁ ରାଘବଙ୍କ ଖଣ୍ଡନ…..