ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବାରମର ସର୍କିଟ ହାଉସରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କେବଳ ମହିଳାମାନଙ୍କୁ ଡକାଯାଇଥିଲା। ରାଜ୍ୟରେ ମହିଳାମାନଙ୍କ ପାଇଁ କରାଯାଇଥିବା ବିଭିନ୍ନ ଯୋଜନାରୁ ସେମାନେ କିପରି ଲାଭବାନ ହେଉଛନ୍ତି ଓ ଏଥିରେ କି ଅସୁବିଧା ରହିଛି, ସେ ନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କ ମତ ଦେଇଥିଲେ। ତେବେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ହଠାତ୍ ରାଗି ଯାଇଥିଲେ ଓ ମାଇକ୍ରୋଫୋନଟିକୁ ଫୋପାଡ଼ି ଦେଇଥିଲେ। ମାଇକ୍ରୋଫୋନଟି କାମ ନ କରିବାରୁ ମୁଖ୍ୟମନ୍ତ୍ରୀ ରାଗି ଯାଇଥିଲେ ଓ ଏହାକୁ ଫିଙ୍ଗି ଦେଇଥିଲେ। ଏହାର ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେଉଛି।
More Stories
ଭାଜପା ଜିତିଲେ ମୁସଲମାନ ବିଧାୟକଙ୍କୁ ବିଧାନସଭାରୁ ବାହାରକୁ ଫିଙ୍ଗି ଦିଆଯିବ…..
ରାଣ୍ୟାଙ୍କ ଡିଜିପି ବାପାଙ୍କ କହିବାନୁସାରେ ମୁଁ ସାହାଯ୍ୟ କରିଥିଲି…..
ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବା ପୂର୍ବରୁ ସର୍ତ୍ତ ରଖିଲେ ପୁଟିନ୍…..