ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅନଲାଇନ୍ ଗେମ୍ କୁ ନେଇ ସରକାର ଏକ ବଡ ଘୋଷଣା କରିଛନ୍ତି । ୟୁଜର୍ସଙ୍କୁ କ୍ଷତି ପହଞ୍ଚାଉ ଥିବା ୩ ଟି ଗେମ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ପ୍ରଥମ ଥର ପାଇଁ ଆମେ ଅନଲାଇନ୍ ଗେମ୍ କୁ ନେଇ ଢାଞ୍ଚା ପ୍ରସ୍ତୁତ କରିଛୁ, ଯେଉଁଥିରେ ଆମେ ଦେଶର ୩ ପ୍ରକାର ଗେମ୍ କୁ ଅନୁମତି ଦିଆଯିବ ନାହିଁ । ଖବର ଅନୁଯାୟୀ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ଯେଉଁ ଗେମ୍ ରେ ଟଙ୍କା ପଇସା କାରବାର ହେଉଥିବ କିମ୍ବା ବ୍ୟବହାରକାରୀଙ୍କୁ କ୍ଷତି ସହିବାକୁ ପଡୁଛି ତାହାକୁ ନିଷିଦ୍ଧ କରାଯାଇଛି । ଏହା ସହ ଯେଉଁ ଗେମ୍ ରେ ନିଶା କାରବାର ସମ୍ପୃକ୍ତ ରହିଛି ତାହାକୁ ମଧ୍ୟ ବ୍ୟାନ୍ କରାଯାଇଛି । ସେହି ସବୁ ଗେମ୍ ର ତାଲିକା ପ୍ରକାଶ ପାଇଛି, ଯାହା ୟୁଜର୍ସଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି ବୋଲି କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..