ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଗୁରୁବାର ଲ୍ୟାଣ୍ଡଫଲ କରିବ। ବର୍ତ୍ତମାନ ଭୟଙ୍କର ବାତ୍ୟାର ରୂପ ନେଇଥିବା ବିପର୍ଯ୍ୟୟ ଲ୍ୟାଣ୍ଡଫଲ ବେଳେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ଏଥିପାଇଁ ଭାରତୀୟ ପାଣିପାଗ ବିଭଗ ଗୁଜରାଟର ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ପାଇଁ ଆଲର୍ଟ ଜାରି କରିଛି। ବାତ୍ୟା ବିପର୍ଯ୍ୟୟ ଏବେ ଜାଖାଉ ପୋର୍ଟ ଠାରୁ ୪୨୦ କିମି ଦୂର, ପୋରବନ୍ଦର ଠାରୁ ୩୨୦ କିମି, ଦେବଭୂମି ଠାରୁ ୩୬୦ କିମି ନଲିୟା ଠାରୁ ୪୪୦ କିମି ଦୂରରେ ରହିଛି। ଏହା ୧୫ ତାରିଖ ମଧ୍ୟାହ୍ନ ବେଳରକୁ ଗୁଜରାଟର ଜାଖାଉ ପୋର୍ଟ ଦେଇ ଅତିକ୍ରମ କରିବ। ଗୁଜରାଟର କଚ୍ଛ ଓ ପାକିସ୍ତାନର କରାଚି ମଧ୍ୟରେ ଲ୍ୟାଣ୍ଡଫଳ କରିବାର ଯଥେଷ୍ଟ ଆଶଙ୍କା ଥିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ବାତ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜରୁରୀ ସୀମକ୍ଷା ବୈଠକ କରିଛନ୍ତି। ବାତ୍ୟାର ମୁକାବିଲା କେମିତି କରାଯାଇ ପାରିବ ଓ ଲୋକଙ୍କୁ ସ୍ଥାନାନ୍ତର ଉପରେ ବୈଠକରେ ଆଲୋଚନା ହୋଇଛି। ବାତ୍ୟାର ପ୍ରଭାବ ଗୁଜରାଟ ସମେତ ମୁମ୍ବାଇରେ ମଧ୍ୟ ପଡ଼ିପାରେ। ତେଣୁ ଏଠାରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି।






More Stories
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..