ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାରଙ୍କ ମୋ ଘର ଯୋଜନାରେ ସୁବିଧା ପାଇବା ପାଇଁ ଆଜି ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି । ଏ ସମ୍ପର୍କରେ ବିସ୍ତୃତ ସୂଚନା www.rhodisha.gov.in/mogharaରେ ଉପଲବ୍ଧ ହେଉଛି। ଏହି ଯୋଜନାରେ କଚ୍ଚା ଘରକୁ ପକ୍କା ଘରରେ ପରିବର୍ତ୍ତନ କରିହେବ। ଏହି ଯୋଜନାରେ ମଧ୍ୟ ନୂଆଘର ନିର୍ମାଣ କିମ୍ବା ଗୃହର ସମ୍ପ୍ରସାରଣ କରାଯାଇପାରିବ। ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇପାରିବେ। ସେହିଭଳି ପ୍ରଥମ ବର୍ଷକୁ ବାଦ୍ ଦେଇ ୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରିପାରିବେ। କୌଣସି ପରିବାରର ମାସିକ ଆୟ ୨୫ ହଜାର ଟଙ୍କାରୁ କମ୍ ଥିଲେ। ସେହିମାନେ ଏହି ଯୋଜନାର ଲାଭ ପାଇପାରିବେ।






More Stories
ଆଜି ଆସିବ ସୁଭଦ୍ରା ଟଙ୍କା…..
ଡିସିପି ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର…..
ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ନୋଟିସ୍…..