ରିପୋର୍ଟ କାର୍ଡ / ଭୋପାଳ
୨୦୨୦ରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ମଧ୍ୟପ୍ରଦେଶ ବିଧାୟକ ବୈଜନାଥ ସିଂହ ଯାଦବ କଂଗ୍ରେସକୁ ଫେରିଛନ୍ତି | କିନ୍ତୁ ଏହା ଅପେକ୍ଷା ତାଙ୍କର ପ୍ରତ୍ୟାବର୍ତ୍ତନ ଯାତ୍ରା ଅଧିକ ଚର୍ଚ୍ଚାର ବିଷୟ ହୋଇଛି। ବୈଜନାଥ ୪୦୦ରୁ ଅଧିକ କାର୍ ସହିତ ସାଇରନ୍ ବଜାଇ ଶୋଭାଯାତ୍ରାରେ ଆସି କମଳନାଥ ଓ ଦିଗ୍ବିଜୟ ସିଂହଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି। ତାଙ୍କ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଶିବପୁରୀଠାରୁ ଭୋପାଳ ପର୍ଯ୍ୟନ୍ତ ଲମ୍ବିଥିଲା | ସୂଚନାନୁଯାୟୀ, ବୈଜନାଥଙ୍କୁ ଆଗାମୀ ନିର୍ବାଚନରେ ବିଜେପି ଟିକଟ ମିଳିବା ଆଶା କମ୍ ଥିବାରୁ ସେ କଂଗ୍ରେସକୁ ଫେରିଛନ୍ତି। ତାଙ୍କ ସହିତ ବିଜେପିର ୧୫ଜଣ ଜିଲାସ୍ତରୀୟ ନେତା ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି। ବୈଜନାଥ ସାଇରନ୍ ବଜାଇବା ବେଆଇନ ବୋଲି ବିଜେପି ଅଭିଯୋଗ କରିଛି।






More Stories
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..
ଆପ ଅଭିଯୋଗକୁ ରାଘବଙ୍କ ଖଣ୍ଡନ…..