ରିପୋର୍ଟ କାର୍ଡ / କରଞ୍ଜିଆ
ମିଳିପାଳ ଅଭୟାରଣ୍ୟର ଦକ୍ଷିଣରେ ଶିକାରୀଙ୍କ ଗୁଳିରେ ପୁଣି ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବନ କର୍ମଚାରୀଙ୍କ ନାମ ମାଟିଆ ହାଁସଦା ବୋଲି ଜଣାଯାଇଛି। ସେ କେନ୍ଦୁମୁଣ୍ଡି ରେଞ୍ଜ ବାରାହକାମୁଡ଼ାର ଫରେଷ୍ଟର ଥିଲେ। ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ନିକଟରେ ଗତକାଲି ରାତି ପ୍ରାୟ ୨ଟା ବେଳେ ଏହି ଘଟଣା ଘଟିଥିବାର ସୂଚନା ମିଳିଛି। ରାତିରେ ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ୬ ଜଣ ଶିକାରୀ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ମାଟିଆ ହଁ।ସଦାଙ୍କ ଦେହରେ ଗୁଳିଟିଏ ବାଜିବାରୁ ସେ ଘଟଣାସ୍ଥଳରେ ଟଳିପଡ଼ିଥିଲେ। ତାଙ୍କୁ ତତକ୍ଷଣାତ୍ କରଞ୍ଜିଆ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ ଗତ ମାସରେ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀମାନେ ଗୁଳି କରି ବିମଳ କୁମାର ଜେନା ନାମକ ଜଣେ ବନରକ୍ଷୀଙ୍କୁ ହତ୍ୟା କରିଥିଲେ। ତାଙ୍କ ଘର ବାରିପଦା ଟାଉନ୍ ଥାନା ଭଞ୍ଜପୁର ଅଞ୍ଚଳରେ। ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।






More Stories
ଆଜି ଆସିବ ସୁଭଦ୍ରା ଟଙ୍କା…..
ଡିସିପି ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର…..
ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ନୋଟିସ୍…..