ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଆମେରିକା ଓ ଇଜିପ୍ଟ ଗସ୍ତ କରିବେ | ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜୁନ୍ ୨୦ ତାରିଖରେ ମୋଦୀ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରିବେ। ୨୧ ତାରିଖରେ ସେ ଜାତିସଂଘ ମୁଖ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ଉତ୍ସବରେ ଯୋଗ ଦେବେ। ଜୁନ୍ ୨୨ରେ ସେ ହ୍ବାଇଟ ହାଉସରେ ରାଷ୍ଟ୍ରପତି ବାଇଡେନଙ୍କ ସହିତ ଉଚ୍ଚସ୍ତରୀୟ କଥାବାର୍ତ୍ତା କରିବେ। ରାତିରେ ହ୍ବାଇଟ୍ ହାଉସରେ ନୈଶ ଭୋଜିରେ ଯୋଗ ଦେବେ। ଜୁନ୍ ୨୩ରେ ଉପରାଷ୍ଟ୍ରପତି କମଳା ହାରିସ ଓ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିକେନଙ୍କ ସହିତ ମଧ୍ୟାହ୍ନ ଭୋଜନ କରିବେ। ଏହିଦିନ ସେ ଭାରତୀୟ ବଂଶୋଦ୍ଭବଙ୍କ ସହିତ ଆଲୋଚନା କରିବେ। ଜୁନ୍ ୨୪ ଓ ୨୫ ତାରିଖରେ ସେ ଇଜିପ୍ଟ ଗସ୍ତ କରିବେ।






More Stories
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
ଆପ ଅଭିଯୋଗକୁ ରାଘବଙ୍କ ଖଣ୍ଡନ…..