ରିପୋର୍ଟ କାର୍ଡ / କୁଜଙ୍ଗ
ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ଜଣେ ଉନ୍ମତ୍ତ ଯୁବକର ଆକ୍ରମଣରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ, ତିନିଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଏକ୍ସପ୍ରେସ କଲୋନିରେ ଚିଣ୍ଟୁଆ ନାଥ ନାମକ ଯୁବକ ସେହି କଲୋନିର ଅନୀତା ରାଉତ ନାମକ ଜଣେ ମହିଳାଙ୍କୁ ଏକ କଟୁରି ଓ ଜିଆଇ ପାଇପରେ ପ୍ରଥମେ ଆକ୍ରମଣ କରିଥିଲା। ଏହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନୀତାଙ୍କ ଚିତ୍କାର ଶୁଣି ନିର୍ମଳା ଲେଙ୍କା ଘର ବାହାରକୁ ଆସିଥିଲେ। ତାଙ୍କୁ ମଧ୍ୟ ଚିଣ୍ଟୁଆ ଆକ୍ରମଣ କରିଥିଲା। ତତକ୍ଷଣାତ୍ ନିର୍ମଳାଙ୍କୁ ଉଦ୍ଧାର କରାଯାଇ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚିଣ୍ଟୁଆ ନାଥ ନିର୍ମଳାଙ୍କ ପୁଅ ଓ ଅନ୍ୟ ଦୁଇଜଣଙ୍କୁ ବି ଆକ୍ରମଣ କରିଥିଲା। ସେମାନଙ୍କୁ ମଧ୍ୟ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ଖବର ପାଇ ପୁଲିସ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉନ୍ମତ୍ତ ଯୁବକ ଚିଣ୍ଟୁଆ ନାଥକୁ ଧରି ଥାନାରେ ଅଟକ ରଖିଛି। ଏହାଛଡ଼ା ଆକ୍ରମଣରେ ବ୍ୟବହୃତ କଟୁରିକୁ ବି ଜବତ କରିଛି। ତେଣେ ଦୁଇ ମୃତକଙ୍କ ଶବବ୍ୟବଚ୍ଛେଦ ଲାଗି ବ୍ୟବସ୍ଥା କରିଛି। ବାବାଜି ନାଥଙ୍କ ପୁଅ ଚିଣ୍ଟୁଆ ନାଥ ଗତ କିଛି ଦିନ ହେବ ମାନସିକ ଅବସାଦଗ୍ରସ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଚିଣ୍ଟୁଆ ନାଥ ବିବାହିତ ବୋଲି ମଧ୍ୟ ଜଣାପଡ଼ିଛି।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..